ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସବୁ କହି ଦେଲି କିଛି ନାହିଁ ବାକି
     ଅନ୍ତର ଯେତେକ କଥା
ଭଲରେ ବୁଝିବ ଭଲରେ ଶୁଣିବ
  ଜନତାଙ୍କ ଦୁଃଖ ବ୍ୟଥା।
ସରବେ ରହିବା ସରବେ ଚଳିବା
     ପ୍ରଭୁ ଦେଖା ଆମ ପଥ
ସେହି ପଥ ଧରି ଆଗକୁ ଆଗେଇ
    ବତାଇ ଦିଅ ସୁପଥ।
ଦେଇ ହାତ ଗୋଡ଼ ଘଟି କରି କାମ
     ଖୁସିରେ କରୁ ଆହାର
ବସି ରହି ଗଲେ କିଏ ଦେବ ନାହିଁ
    ଭୋକରେ ହବ ଚିତ୍କାର।
କରମ ହେଉଛି ଜୀବନର ହରି
     ସୁସ୍ଥ ସବଳ ପ୍ରହରୀ 
ସଦାକାଳେ ଧନ୍ଦା କେବେନୁହେଁ ମାନ୍ଦା
     ପ୍ରଭୁଙ୍କ ସେତ ପୂଜାରୀ।
କର୍ମ କରି ଧର୍ମ କରି ଉପାଦାନ
    ଆନନ୍ଦ ପାଉଛି ମନ
ଖୁସିରେ ଚଳୁଛି ଶାନ୍ତିରେ ରହୁଛି
     ପ୍ରଭୁଙ୍କୁ କରି ସ୍ମରଣ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ସାମୁହିକ ଭାବରେ ଚାରିଜଣ ବରିଷ୍ଠ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ବବି ଜୈନ୍ ଙ୍କ କବିତା ମୁଁ କବି

Sunil Chandra Nayak

Leave a Comment

error: Content is protected !!