ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସବୁ କହି ଦେଲି କିଛି ନାହିଁ ବାକି
     ଅନ୍ତର ଯେତେକ କଥା
ଭଲରେ ବୁଝିବ ଭଲରେ ଶୁଣିବ
  ଜନତାଙ୍କ ଦୁଃଖ ବ୍ୟଥା।
ସରବେ ରହିବା ସରବେ ଚଳିବା
     ପ୍ରଭୁ ଦେଖା ଆମ ପଥ
ସେହି ପଥ ଧରି ଆଗକୁ ଆଗେଇ
    ବତାଇ ଦିଅ ସୁପଥ।
ଦେଇ ହାତ ଗୋଡ଼ ଘଟି କରି କାମ
     ଖୁସିରେ କରୁ ଆହାର
ବସି ରହି ଗଲେ କିଏ ଦେବ ନାହିଁ
    ଭୋକରେ ହବ ଚିତ୍କାର।
କରମ ହେଉଛି ଜୀବନର ହରି
     ସୁସ୍ଥ ସବଳ ପ୍ରହରୀ 
ସଦାକାଳେ ଧନ୍ଦା କେବେନୁହେଁ ମାନ୍ଦା
     ପ୍ରଭୁଙ୍କ ସେତ ପୂଜାରୀ।
କର୍ମ କରି ଧର୍ମ କରି ଉପାଦାନ
    ଆନନ୍ଦ ପାଉଛି ମନ
ଖୁସିରେ ଚଳୁଛି ଶାନ୍ତିରେ ରହୁଛି
     ପ୍ରଭୁଙ୍କୁ କରି ସ୍ମରଣ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସୁନ୍ଦରୀ ଝିଅ ବୋହୂ ହେବାପରେ

Sunil Chandra Nayak

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Sunil Chandra Nayak

ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

Sunil Chandra Nayak

Leave a Comment

error: Content is protected !!