ଭବାନୀପାଟଣା : ୧୪/୧୨ – (ମ.ନି.ସ) :- ଭୁବନେଶ୍ୱର – ୧୪/୧୨/୨୦୨୨. ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ରାଜ୍ଯ ଆଶାକର୍ମୀ ସଂଘ ତରଫରୁ ରାଜ୍ଯ ଓ କେନ୍ଦ୍ର ସରକାର କରୁଥିବା ଅବହେଳା ବିରୋଧରେ କରୁଥିବା ଆନ୍ଦୋଳନରେ ଆଲୋଚନା ବିଫଳ ହେବାରୁ ରାଜ୍ଯ ସଂଘ ନିଷ୍ପତ୍ତି ମୁତାବକ ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣ ପ୍ରଦର୍ଶନ ଜାରିରହିବ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଜିଲ୍ଲାରୁ ଆଶାକର୍ମୀ ମାନେ ଧାରଣା ସ୍ଥଳକୁ ଆସି ଧାରଣା ଦେବେ ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଳକ ର ଶତାଧିକ ଆଶା କର୍ମୀ ମାନେ ଧାରଣା ପ୍ରଦର୍ଶନ କରିଥିଲେ। ରାଜ୍ଯ ସଭାନେତ୍ରୀ ମମତା ମହାନ୍ତିଙ୍କ ନେତୃତ୍ବରେ ଚାଲିଥିବା ଏହି ଧାରଣା କାର୍ଯ୍ଯକ୍ରମ ରେ ଉପ ସଭାପତି କନକ ମଲିକ ଓ ଭାରତୀୟ ମଜଦୁର ସଂଘର ବିଶିଷ୍ଟ କାର୍ଯ୍ଯକର୍ତ୍ତା ତଥା କଳାହାଣ୍ଡି ନୂଆଁପଡା ଜିଲ୍ଲା ପ୍ରଭାରୀ ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା ଉଦବୋଧନ ଦେଇଥିଲେ। ଆଶା କର୍ମୀ ମାନଙ୍କୁ ୨୪ ଘଣ୍ଟା କାମ କରାଉଛନ୍ତି କିନ୍ତୁ ସର୍ବନିମ୍ନ ମଜୁରୀ ଦେଉନାହାନ୍ତି। ଚାକିରୀ ନାଁରେ ସରକାର ଶୋଷଣ କରି ଚାଲୁଛନ୍ତି। କର୍ମୀ ମାନଙ୍କୁ ହସ୍ପିଟାଲ କର୍ମଚାରୀ ମାନେ ଦୁର୍ବ୍ଯହାର କରୁଛନ୍ତି। ଏପରି ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପତ୍ରରେ ଉହ୍ଲେଖ କରାଯାଇଥିବା ଦାବି ଗୁଡି ମଧ୍ୟରେ ହେଲା ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ ଓ ଆଶା କର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ଘୋଷଣା କରାଯାଉ। ଆଶା କର୍ମୀ ମାନଙ୍କୁ ସର୍ବନିମ୍ନ ୧୮୦୦୦ ଟଙ୍କା ମାସିକ ବେତନ ଯୋଗାଇ ଦିଆଯାଉ, ସାମାଜିକ ସୁରକ୍ଷା ଅନ୍ତର୍ଗତ ଗ୍ରାଚୁଇଟି, E.P.E.O ଓ ESIC ଲାଗୁ କରାଯାଉ, ଅବସର ଗ୍ରହଣ କରୁଥିବା ଆଶାକର୍ମୀ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଓ ମାସିକ ୫୦୦୦ ଟଙ୍କା ପେନସନ ଦିଆଯାଉ, ଯୋଗ୍ୟତା ଆଶାକର୍ମୀ ଙ୍କୁ ଏ.ଏନ.ଏମ ପଦକୁ ପଦୋନ୍ନତି ଦିଆଯାଉ, ଆକସ୍ମିକ ମୃତ୍ୟୁରେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ସହ ପରିବାରରୁ ଜଣଙ୍କୁ ନିଯୁକ୍ତି ଦିଆଯାଉ, କୋଭିଡ ୧୯ ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀ ଙ୍କୁ ସରକାର ଘୋଷଣା କରିଥିବା ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ। ଏହି ଧାରଣା କାର୍ଯ୍ଯକ୍ରମକୁ କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନାୟକ, ଜିଲ୍ଲା ସମ୍ପାଦିକା ଗୀତା ହାତୀ, ମମତା ପଟ୍ଟନାୟକ, କ୍ଷମାଶିଳା ଛତ୍ରୀଆ, ଦିଆମତୀ ଛତ୍ରୀଆ, ଚନ୍ଦ୍ରିକା ନାଏକ, ବବିତା ଶବର ପ୍ରମୁଖ ଉପସ୍ଥିତ ରହିଥିଲେ।
previous post
next post