ଲାଞ୍ଜିଗଡ଼,୧୮/୧୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡସ୍ଥିତ ଅଗ୍ରଣୀ କ୍ରୀଡ଼ାନୁଷ୍ଠାନ ଲାଞ୍ଜିଗଡ଼ରୋଡ଼ ସ୍ପୋଟର୍ସ ଆସୋସିଏସନ୍ ଆନୁକୂଲ୍ୟରେ ସିକେରକୁପା ବାଉଁଶ ଡିପୋ ଖେଳପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଆଜି ଫାଇନାଲ ମୁକାବିଲା ସହିତ ଉଦଯାପିତ ହୋଇଯାଇଛି ! ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ରାଜ୍ୟ ସରକାର ଜାତୀୟ ଖେଳ ହକି ଭଳି ଅନ୍ୟାନ୍ୟ ଖେଳକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଏହାଦ୍ବାରା ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭା ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇପାରିବେ ବୋଲି ନିଜ ବକ୍ତବ୍ୟରେ ମତ ଦେଇଥିଲେ ! ଏଇ ଅବସରରେ ମୁଖ୍ୟବକ୍ତା ଭାବେ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ ଯୋଗଦେଇ ଖେଳାଳୀମାନଙ୍କୁ ସମ୍ବୋଧିତ କରିଥିଲେ ! ସେହିପରି ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ତଥା ଯୁବନେତା ସଞ୍ଜୀବ କୁମାର ନାୟକ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ବୁଦ୍ଧିଆ, ଦୀପକ କୁମାର ମହାପାତ୍ର, ସୁରେନ୍ଦ୍ର ମାଝୀ, ପ୍ରସନ୍ନ ପରିଡ଼ା, ମନୋରଞ୍ଜନ ନାୟକ, ନାଭି ଗହୀର, ସୁବନ ଭୋଇ, ସମାଜସେବୀ ସୁବାସ ଅଗ୍ରୱାଲ, କନୌଜ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜକ କମିଟିର ମୁଖ୍ୟ ଟଙ୍କଧର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହକୁ କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ ! ଆଜିର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ରାମଜୀପଡା ଦଳକୁ ତୁଳାପଡ଼ା ଦଳ ୨-୧ ଗୋଲରେ ପରାଜିତ କରି ବିଜୟ ଲାଭ କରିଥିଲା ! କିଶୋର ଘଡ଼େଇ ରେଫରୀ ଭାବେ ମ୍ୟାଚ ପରିଚାଳନା କରିଥିବାବେଳେ କୀର୍ତ୍ତି ସାହୁ, ବୁଲୁ ସୁନା ସହଯୋଗୀ ରେଫରୀ ଭାବେ ଦାୟିତ୍ବ ତୁଲାଇଥିଲେ ! ବି. ତ୍ରିପତି ପାତ୍ର, ସାଗର ତ୍ରିପାଠୀ, ଓକିଲ ସେନାପତି ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଟୁଲୁ ମାଝୀ ସ୍କୋରର ଦାୟିତ୍ୱ ତୁଲାଇଥିଲେ !