ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ କନ୍ଧମାଳ ଜିଲ୍ଲା ଶାଖା ର ୪୦ ତମ ବାର୍ଷିକ ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନୀ ବୈଠକ ଜିଲ୍ଲା ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଙ୍ଘ ସଭାପତି ସରୋଜ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଙ୍ଘ ସାଧାରଣ ସମ୍ପାଦକ ସୁବଳ କିଶୋର ମହାନ୍ତି,ମୁଖ୍ୟବକ୍ତା ଭାବେ ପୁରୀଜିଲ୍ଲା ସଭାପତି ଜଗନ୍ନାଥ ପାଢ଼ୀ,ଅନ୍ୟତମ ଅତିଥି ଭାବେ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସିଂ,ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ତ୍ରିନାଥ ସେଠୀ,ଜଗତସିଂହପୁର ଜିଲ୍ଲା ସଙ୍ଗଠନ ସମ୍ପାଦକ ରାଧା ମୋହନ ଜେନା,ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ କନ୍ଧମାଳ ଜିଲ୍ଲା ସଙ୍ଘ ସଭାପତି ସାରଥୀ ପ୍ରଧାନ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଅବସର କର୍ମଚାରୀ ମାନଙ୍କର ବୟସ ସୀମା ୬୦ରୁ ୬୨ ବର୍ଷ କୁ ବୃଦ୍ଧି,ସପ୍ତମ ବେତନରେ ଅସଙ୍ଗତି ଦୂରୀକରଣ,ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ପ୍ରଦାନ,ଗେଡ଼ ପେ ୧୭୦୦ ପରିବର୍ତ୍ତେ ୨୦୦୦ ଟଙ୍କାକୁ ବୃଦ୍ଧି କରିବା,ସେବକାର ଉଚ୍ଛେଦ କରିବା,ଏନ ପି ଏସ ମାନଙ୍କର ଜି ପିଏଫ ଯୋଜନା ରେ ସାମିଲ କରିବା, ଇତ୍ୟାଦି ପ୍ରସ୍ତାବ ମାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସରକାର ଦାବି ଗୁଡିକ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅନୁରୋଧ କରାଯିବ ବୋଲି ଆଲୋଚନା ହୋଇଥିଲା। ଏହି ଅବସରରେ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତି କ୍ରମେ ବିଷ୍ଣୁଚରଣ ମହାକୁଡ଼ ପରାମର୍ଶଦାତା,ସଭାପତି ଭାବେ ଗୀତାଞ୍ଜଳି ଦେହୁରୀ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସୁନାପ୍ରିୟ ମୁଖି,ସହସମ୍ପାଦକ ଭାବେ ପବିତ୍ର ମହାକୁଡ଼,ରଞ୍ଜିତ ନାୟକ,ସାଧବାଣୀ କଁହର, ଅତସୀ ସାହୁ, ଉପସଭାପତି ଭାବେ ସୁଦାମ ଚରଣ ବେହେରା, ନାରାୟଣ ପ୍ରଧାନ, ଓ ନିଖିଳା ନନ୍ଦ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ ରଞ୍ଜିତ ନାୟକ ନିର୍ବାଚିତ ହୋଇଥିଲେ। ଶେଷରେ ସୁଦାମ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।