ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା l l ସ୍ମୃତିରେ ସ୍ମୃତିରେ ୨୦୨୨ l l

   ସ୍ମୃତିରେ ସ୍ମୃତିରେ ୨୦୨୨

  କାଙ୍ଗାଳୀ ଚରଣ ସେଠୀ

ଡ଼ାଏରୀରୁ ଦୃଷ୍ଟି ଫେରେ
  ଡୁବି ଯାଏ ଡିସେମ୍ଵର ମାସ
ଏଇ ଏବେ ଫିଟେଇବ ଜାନୁଆରୀ ଫାଇଲର ଫାଶ ।
ମକର ସଂକ୍ରାନ୍ତୀ ବୁଡ
  ମନେପଡ଼େ ମାଘମାସ ଜାଡ
ଫଗୁଣର ଫଗୁ ବୋଳା
  ରକ୍ତିମ ପଳାଶ କଢ଼ ।
କୋଇଲିର କୁହୁତାନ
  ବଉଳ ବଉଳ ବାସ
ଚୋରା ଚଇତର ପ୍ରୀତି
  ମଳୟ ମଳୟ ହସ ।
ବୈଶାଖ ନବାତପଣା
  ବାସ ମଲ୍ଲୀ ଫୁଲମାନ
ଜ୍ୟେଷ୍ଠର ରଜ ମଉଜ
  ଗ୍ରୀଷମ ଗ୍ରୀଷମ ଦିନ ।
ନୂଆ ଆଷାଢ଼ର ମଉସୁମୀ
  କଦମ୍ବ କିଆ କେତକୀ
ଶ୍ରୀବଣେ ଶ୍ରୀବଣୀ ଝୁରେ
  ମଦାଳସୀ ମାନସୀ ।
ଭୋଦୁଅ ଖୁଦୁରୁକୁଣୀ
  ଆଶ୍ଵିନେ ଅଷ୍ଟଭୁଜା
କାର୍ତ୍ତିକରେ ଦୀପଦାନ
ମଗୁଶିରେ ଲକ୍ଷ୍ମୀପୂଜା ।
ସ୍ମୃତିରେ ସ୍ମୃତିରେ ପୌଷ
ପ୍ରୀତି ଗୀତି ସରିଲା ବାଇଶି
ନୂଆ ସମ୍ଭାବନା ନେଇ
ଆସିଯିବ କୋଡିଏ ତେଇଶି ।

ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର

  ,

Related posts

ମଧୁମିତା ମିଶ୍ର ଙ୍କ କବିତା // କଳିକାଳ ସନେଟ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା l lଭାବରେ ଖୋଜୁଛି ଭାବ ମଣିକୁ

Sunil Chandra Nayak

Leave a Comment

error: Content is protected !!