ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ଘାଟିତ

ମ.ରାମପୁର,୦୭/୦୧(ମସୀହା): କଳାହାଣ୍ଡି ର ସଂସ୍କୃତି,ପରମ୍ପରା ଓ ଐତିହ୍ୟ କୁ ବହନ କରୁଥିବା କଳାହାଣ୍ଡି ଉତ୍ସବ ଘୁମୁରା ଆଜି ପାଳନ ହେଉଛି l ଆଜି ପୂର୍ବାହ୍ନ ୯ ଘଣ୍ଟା ସମୟରେ ରାଜ ବାଟିସ୍ଥିଟ ଗ୍ରାମ ଇଷ୍ଟଦେବୀ ମା ଡୋକରୀଗୁଡ଼ିଠାରୁ ପୂଜାଚର୍ନା କରି ଏକ ଭବ୍ୟ ମଶାଲ ଶୋଭାଯାତ୍ରା ଆଦିବାସୀ ନୃତ୍ୟ,ମହିଳା କୀର୍ତ୍ତନ ,ଘୁମୁରା, ଘଣ୍ଟ ବାଦ୍ୟ ତାଳେ ତାଳେ ଗ୍ରାମ୍ୟ ପରିକ୍ରମା କରି ଉତ୍ସବ ପଡିଆ ଦୁର୍ଗା ମାଧବ ଉଚ୍ଚ ପଡିଆ ଖେଳ ପଡ଼ିଆରେ ପହଞ୍ଚି ମଶାଲ ସ୍ଥାପନ କରାଯାଇଥିଲା l ମଶାଲ ଶୋଭାଯାତ୍ରାରେ ବିଧାୟକ ଭୂପିନ୍ଦର ସିଂହ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ , ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ବିଡ଼ିଓ ବିନୟ କୁମାର ଭୋଇ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ,ମହିଳା ଗୋଷ୍ଠୀ , ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ସାମିଲ ରହିଥିଲେ l ମଶାଲ ସ୍ଥାପନ ପରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଭୂପିନ୍ଦର ସିଂହ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟାକ୍ଷା ମନ୍ଦାକିନୀ ସିଂହଦେଓ, ବିଡ଼ିଓ ବିନୟ କୁମାର ଭୋଇ,ବ୍ଲକ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପ୍ରଧାନ,ସରପଞ୍ଚ ସଂଘ୍ ସଭାପତି ରୋମାଞ୍ଚ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ସମାଜ ସେବୀ ସତ୍ୟନାରାୟଣ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l କଳାହାଣ୍ଡି ଉତ୍ସବ ହେଉଛି ଜିଲ୍ଲାର ଲୋକ ସଂସ୍କୃତି ଓ ଲୋକ କଳାକୁ ପ୍ରଚରପ୍ରସାର କରିବା ସହିତ ଏହାର ଐତିହ୍ୟ ,ପରମ୍ପରା କୁ ବଜାୟ ରଖିବାକୁ ଉଦ୍ୟମ କରୁଛି ବୋଲି ଅତିଥିଗଣ କହିଥିଲେ l ଉଦ୍ଘାଟନୀ ସଭାପରେ ସ୍କୁଲକଲେଜ୍,ମହିଳା ବର୍ଗ, ପୁରୁଷ ବର୍ଗ ର ବିଭିନ୍ନ ପ୍ରତିଯୋଗିତା ଏବଂ ଲୋକ ନୃତ୍ୟ ସଙ୍ଗୀତ ପରିବେଷଣ ଦିବସ ବ୍ୟାପୀ ଚାଲୁ ରହିଥିଲା l ସନ୍ଧ୍ୟାରେ ଉଦଯାପନୀ ସଭା ,ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ରାୟଗଡ ଜିଲ୍ଲାରେ ଲକ୍ଷ୍ମୀ ବସ ଶୁଭରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଉଦ୍‌ଘାଟିତ

masiha

ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା ରେ ଜିଲ୍ଲା ପରିଷଦ ସଭ୍ୟ ଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଲେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା 

Sunil Chandra Nayak

Leave a Comment

error: Content is protected !!