ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମବାର୍ଷିକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ତିର୍ତୋଲ :-23/01/23 ଜଗତସିଂହପୁରଜିଲ୍ଲା ତିର୍ତୋଲ ଅଞ୍ଚଳର ସୁନାମଧନ୍ୟ ଛାତ୍ରବତ୍ସଳ ଆଦର୍ଶଶିକ୍ଷକ ସ୍ୱର୍ଗତ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ଉପଲକ୍ଷେ ତାଙ୍କ ତିର୍ତୋଲ ସ୍ଥିତ ବାସଭବନ ରେ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ବହୂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା ! ତାଙ୍କର ବଡ଼ପୁଅ ତଥା ସେବାନିବୃତ୍ତ ଚିଫ-ଇଞ୍ଜିନିଅର ଆଶୁତୋଷ ମଲ୍ଲିକ ଓ ପୁତ୍ରବଧୂ ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଏଥିନିମନ୍ତେ ହନୁମାନ ଚାଳିଶାପାଠ ଓ ଯଜ୍ଞ କରାଇବା ସହିତ, ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ , ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ,ପାରାଦ୍ୱୀପ ପୌରପରିଷଦ ଅଧ୍ୟକ୍ଷ ବସନ୍ତକୁମାର ବିଶ୍ୱାଳ,ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି ପୂର୍ବତନ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ , ଆଇନିଜିବୀ ଦେବୀପ୍ରସାଦ ଚୌଧୁରୀ,ଶ୍ରମିକନେତା ଗୋଲକଚନ୍ଦ୍ର ନାୟକ,ବିଶ୍ୱ ଓଡ଼ିଆ ମହାସଂଘ ର ସଭାପତି ସୁରେନ୍ଦ୍ର ନାଥ ମହାପାତ୍ର, ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର ମଲ୍ଲିକ, ପୂର୍ବତନ ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ସରପଞ୍ଚ ପ୍ରିୟମ୍ବଦା ରାୟ, ସୂର୍ଯ୍ୟନାରାୟଣ ବେହେରା, ଜିଲ୍ଳାପରିଷଦ ସୁନୀଲ କୁମାର ବେହେରା, ରଞ୍ଜିତା ସିଂହ, ପୀତବାସ ଗଛାୟତ,ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ରାଜ୍ୟ ବିଜେଡି ସମ୍ପାଦକ ଶାରଦା ପ୍ରସନ୍ନ ଜେନା,ଦିପୁ ତ୍ରିପାଠୀ, ଅନ୍ତର୍ଯ୍ୟାମୀ ରାଉତ, ସୁମିତ ଦାସ, ଛାତ୍ର ନେତା ବିମଳ ମହାପାତ୍ର, ଜିଲ୍ଲା ଯୁବବିଜେଡି ସଭାପତି ସୌମ୍ୟଜିତ ମହାପାତ୍ର, ସମାଜସେବୀ ନୃସିଂହ ଚରଣ ରାଉଳ, ରମେଶ ଚନ୍ଦ୍ର କୁଅଁର, ତାରକ ଜେନା, ରମେଶ ଚନ୍ଦ୍ର ରାଉଳ ଙ୍କ ସମେତ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ତଥା ଜିଲ୍ଲାର ସାତଗୋଟି ବିଧାନସଭା ମଣ୍ଡଳୀର ବହୁ ଜନ ପ୍ରତିନିଧିମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ !ଏହା ବ୍ୟତୀତ କଟକ ଓ ଭୁବନେଶ୍ୱର ସମେତ ବହୁ ଜିଲ୍ଲାରୁ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବାମନଘାଟୀ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

କିନ୍ନର ମାନଙ୍କ ଦ୍ଵାରା ଜଗତ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ 

Sunil Chandra Nayak

ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ  ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!