ଖଡ଼ିଆଳ ଥାନା ଅନ୍ତର୍ଗତ ଖାସବାହାଲ ପଞ୍ଚାୟତ ଚଚରାଭଟା ଗ୍ରାମର ନିଖୋଜ ଯୁବତୀ ଉଦ୍ଧାର । ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୨୪.୨.୨୧ ମସିହାରେ ଚଚରାଭଟା ଗ୍ରାମର ଧନୁର୍ଯ୍ୟ ଟାହାଣୀ ଙ୍କ ଝିଅ ହସ୍ମିତା ଟାହାଣୀ (୨୧) ବର୍ଷ ଘରୁ ନିଖୋଜ ହୋଇ ଯାଇଥିଲେ । ଏନେଇ ଖଡ଼ିଆଳ ଥାନାରେ ଏମଏମ ଆର ୧୧/୨୧ ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ନିଖୋଜ ଯୁବତୀ ହସ୍ମିତା ଟାହାଣୀ ବଙ୍କାପୁର ଗ୍ରାମଠାରେ ଥିବାବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରି ଯୁବତୀଙ୍କ ଘରେ ହସ୍ତାନ୍ତର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post