ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

୯୦ ଟି ପଞ୍ଚାୟତ ରେ କରିବେ ସଚେତନ

ନୂଆପଡା ଜିଲ୍ଲାର ସାମାଜିକ, ରାଜନୈତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଗରିବ ସେନା ସଂଗଠନ ନୂଆପଡା ତରଫରୁ ଆଜକୁ ୨୫ ଦିନ ହେବ ସ୍ୱାଭିମାନ ପଦଯାତ୍ରା ଚାଲିଛି । ଗତ ଜାନୁୟାରୀ ୨୯ ତାରିଖ ଦିନରୁ ଗରିବ ସେନା ସଭାପତି ରବି ମଙ୍ଗରାଜ ଙ୍କ ନେତୃତ୍ୱରେ ଜିଲ୍ଲାର ଐତିହାସିକ ସାଲିହା ସ୍ମୃତି ସ୍ତମ୍ଭ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଖଡ଼ିଆଳ ପହଂଚିଛି । ଏହି ପଦଯାତ୍ରା ର ମୁଖ୍ୟ ଉଦ୍ଧେଶ୍ୟ ହେଲା ଜିଲ୍ଲା ଗଠନ ର ଦୀର୍ଘ ୩୦ ବର୍ଷ ହୋଇଯାଇଥିଲେ ହେଁ ଜିଲ୍ଲାର ଚାଷୀ, ଶ୍ରମିକ, ଶିକ୍ଷିତ ଯୁବକ ଯୁବତୀ, ମହିଳାଙ୍କ ସମ୍ବିଧାନିକ ହକ୍ ଅଧିକାର ପାଇବାରୁ ବଞ୍ଚିତ । ଜିଲ୍ଲାକୁ ମଦ ମୁକ୍ତ ଓ ଶୋଷଣ ମୁକ୍ତ ଜିଲ୍ଲା ଗଠନ ସହ ଉତ୍ତମ ଶିକ୍ଷା ସ୍ବାସ୍ଥ୍ଯ ପାଇଁ ସଚେତନତା ଯାତ୍ରା । ଏହି ପଦଯାତ୍ରା ମାଧ୍ୟମରେ ଲୋକଙ୍କ ମଧ୍ଯରେ ନବ ଜାଗରଣ ସୃଷ୍ଟି କରି ନୂଆପଡା ଜିଲ୍ଲାରେ ବୈପ୍ଲବିକ ପରିବର୍ତନ କରିବାକୁ ସଂଗ୍ରାମ କରିବା ପାଇଁ “ଗରିବ ସେନା” ର ସୈନିକ ଶପଥ ଗ୍ରହଣ କରିଥିବା ସଂଗ୍ରାମୀ ସଂଗଠନ ର କର୍ମକର୍ତ୍ତା ମାନେ କହିଛନ୍ତି ।

ଏହି ପଦଯାତ୍ରା ସାଲିହା ଠାରୁ ବାହାରି ପ୍ରଥମେ ଖରିଆର ରୋଡ଼, ନୂଆପଡା, କୋମନା, ଖଡ଼ିଆଳ, ସିନାପାଲି ବୋଡେ଼ନ ବ୍ଲକ ର ୯୦ ରୁ ଉର୍ଦ୍ଧ୍ବ ପଂଚାୟତ କୁ ଛୁଇଁବ। ୪୦ ଦିନ ରେ ପ୍ରାୟ ୬୦୦ କିମି ଅତିକ୍ରମ କରି ଶେଷ ରେ ନୂଆପଡା ଜିଲ୍ଲା ମୁଖ୍ୟାଳୟ ଠାରେ ପ୍ରଶାସନ ପାଖରେ ଦାବି ପୂରଣ ପାଇଁ ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଗଠନ ଆଵାହକ ଙ୍କ ସହ କର୍ମକର୍ତ୍ତା ମାନେ କହିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

Sunil Chandra Nayak

ଧାତୁକଜୁରୀ ଗାଁ ରେ ପ୍ରସିଦ୍ଧ ବୁଢାଦେଓ ଙ୍କ ଯାତ୍ରା ସମ୍ପନ୍ନ ,ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ

masiha

ମୁଁ ଜଣେ ସେବକ, ସମସ୍ୟାର ସମାଧାନ ଓ ବିକାଶ ଧାରାକୁ ଆଗେଇ ନେବା ମୋ ଲକ୍ଷ୍ୟ – ଦୂର୍ଗା ତନ୍ତୀ

masiha

Leave a Comment

error: Content is protected !!