ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ: ଉଦ୍ଘାଟନ ର ମାସେ ପରେ ବି ଶୌଚାଳୟ ରେ ଝୁଲୁଛି ତାଲା

ରୋଗୀ ସମେତ ଆଟେଣ୍ଡାଣ୍ଟ ହେଉଛନ୍ତି ହଇରାଣ 

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ଥିବା ଏକ ମାତ୍ର ସର୍ବ ସାଧାରଣ ଶୌଚାଳୟ ରେ ତାଲା ଝୁଲୁଛି । ଶୌଚାଳୟ ଉଦଘାଟନ କୁ ଇତି ମଧ୍ୟରେ ୩୦ଦିନ ଅର୍ଥାତ ମାସେ ବିତିଲାଣି ଅଥଚ ଗେଟ ରେ ପଡି ଥିବା ତାଲା ଫିଟୁ ନାହି । ଫଳ ରେ ସାଧାରଣ ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ଆଟେଣ୍ଡାଣ୍ଟ ମାନେ ଶୌଚ କ୍ରିୟା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ମହିଳା ମାନେ ବହୁତ ହଇରାଣ ହେଉଛନ୍ତି । 

    ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ସାଧାରଣ ରୋଗୀ ଏବଂ ତାଙ୍କର ସମ୍ପର୍କୀୟ ଆଟେଣ୍ଡାଣ୍ଟ ମାନଙ୍କ ବ୍ୟବହାର ପାଇଁ ଗତ ୨୦୧୬ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ଏକ ଶୌଚାଳୟ ନିର୍ମାଣ କରାଯାଇ ଥିଲା ଯାହାକି ଅଳ୍ପ ଦିନ ର ବ୍ୟବହାର ପରେ ଭାଙ୍ଗି ରୁଜି ଯାଇଥିଲା । ଦୀର୍ଘ ଦିନ ଧରି ଏଠାରେ ତାଲା ଝୁଲିବା ପରେ ଏନଏସି ଏହାର ମରାମତି କରାଇ ଥିଲା । ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହାର ନବୀକରଣ କରାଯାଇଥିଲା । ଗତ ଫେବୃୟାରୀ ମାସ ୭ତାରିଖ ରେ ଧର୍ମଗଡ ବିଧାୟକ ଏହାର ଉଦ୍ଘାଟନ କରି ଥିଲେ । ଧର୍ମଗଡ ଏନଏସି ଏହି ଶୌଚାଳୟ ର ପରିଚାଳନା ଦାୟିତ୍ୱ ହାତକୁ ନେଇ ଥିବା ବେଳେ ଏଠାରେ ତାଲା ଝୁଲୁ ଥିବାରୁ ସାଧାରଣ ରୋଗି ଓ ସେମାନଙ୍କ ସଂପର୍କୀୟ ଶୌଚ କାର୍ଯ୍ୟ ପାଇଁ ହଇରାଣ ହେଉଛନ୍ତି । ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। କେବେ ଏହାର ତାଲା ଫିଟିବ ଏବଂ ଏହା ଜନ ସାଧାରଣ ଙ୍କ ବ୍ୟବହାର ପାଇଁ ଖୋଲା ଯିବ ତାହାକୁ ଏବେ ଲୋକେ ଅପେକ୍ଷା କରି ରହିଛନ୍ତି । 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର: ଅଲଟ୍ରା ସାଉଣ୍ଡ, ଏକ୍ସରେ ଓ ମା ଗୃହ ଉଦ୍ଘାଟିତ

Sunil Chandra Nayak

ବ୍ଲକ ଶିକ୍ଷା ବିଭାଗରେ ଚାଲିଛି ତଦନ୍ତ, କେବଳ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

Sunil Chandra Nayak

ରାଇରଙ୍ଗପୁରରେ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ମୟୂରଭଞ୍ଜ ଜିଲ୍ଲାପାଳ

masiha

Leave a Comment

error: Content is protected !!