ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

୫ଟି ସଚିବଙ୍କ ଗସ୍ତକୁ ନେଇ ଚାଲିଛି ପ୍ରସ୍ତୁତି

ଝରିଗାଁ——ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ।ବ୍ଳକର ୯୦ ପ୍ରତିଶତ ଲୋକ ଲୋକ କୃଷି ଉପରେ ନିର୍ଭରଶୀଳ।ତେବେ ଏଠାରେ ଜଳସେଚନ ସୁବିଧା ନଥିବାରୁ ସ୍ଥାନୀୟ ଚାଷୀ ବର୍ଷା ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି।ଯାହା ଫଳରେ ଏଠାକାର ଚାଷୀ କେବଳ ଖରିଫ ଋତୁରେ ଚାଷ କରନ୍ତି।ତେଣୁ ଜଳସେଚନ ସୁବିଧା ନିମନ୍ତେ ଚଚା ପଂଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମ ନିକଟରେ ଥିବା ସତୀଘାଟ ନଦୀରେ ପ୍ରକଳ୍ପ କରିବା ପାଇଁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ସ୍ଥାନୀୟ ହଜାର ହଜାର ଚାଷୀ ଦାବି କରିଥିଲେ।ଏପରିକି ସ୍ଥାନୀୟ ରାଜନେତା ଏବଂ ପ୍ରଶାସନ ନିକଟରେ ବହୁରାର ଦାବି କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା।ତେବେ ଵର୍ତମାନ ନବରଙ୍ଗପୁର ସାଂସଦ ରମେଶ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଏବଂ ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ଉଦ୍ୟମରେ ପ୍ରଶାସନ ପକ୍ଷରୁ ସତୀଘାଟ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଖବର ପ୍ରସାର ହେବା ପରେ ସତୀଘାଟ ପ୍ରକଳ୍ପର ଭାଗ୍ୟ ବଦଳିବା ସହ ସ୍ଥାନୀୟ ଅଞ୍ଚଳର ଶହ ଶହ ଚାଷୀ ଉପକୃତ ହେବେ ବୋଲି ଆଲୋଚନା ଜର ଧରିଛି।

ଆସନ୍ତା ସପ୍ତାହରେ ୫ଟି ସଚିବ ଭି କେ ପଣ୍ଡିଆନ ସତିଘାଟ ପ୍ରକଳ୍ପ ପରିଦର୍ଶନରେ ଆସୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଓ ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜରଜାର ଚାଲିଥିବା ଜଣାପଡିଛି।ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର,ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ,ବିଡ଼ିଓ ସତ୍ୟ ନାରାୟଣ ମେହେର,ତହସିଲଦାର ମଧୁସୂଦନ ମାଝୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ବ୍ଳକର କନିଷ୍ଟ ଯନ୍ତ୍ରୀ ପ୍ରମୁଖ ଗବାଗୁଡା ସ୍ଥିତ ସତିଘାଟ ପ୍ରକଳ୍ପ ଗସ୍ତ କରି ଫେରିଥିବା ସୂଚନା ମିଳିଛି।୫ଟି ସଚିବଙ୍କ ଗସ୍ତ ବେଳେ ହେଲିକପ୍ଟର ନିରାପଦ ଅବତରଣ ଠାରୁ ଆରମ୍ଭ କରି ଗସ୍ତ କାର୍ଯ୍ୟକ୍ରମ କିଭଳି ସୁଚାରୁ ରୂପେ ହେବ ସେନେଇ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜରଜାର ଚାଲିଥିବା ଦେଖିବାକୁ ମିଳିଛି।

ଏଠାରେ ପ୍ରକାଶ ଯେ ୨୦୦୨ ମସିହାରେ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ସତୀଘାଟ ପ୍ରକଳ୍ପ ନିର୍ମାଣ ପାଇଁ ଏକ ରାଲି ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଗବାଗୁଡ଼ା ଗ୍ରାମ ଠାରୁ ପ୍ରାୟ ୧୪ କିଲୋମିଟର ଦୂର ଚାଲି ଚାଲି ରାଲିରେ ଆସି ଝରିଗାଁ ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ହଜାର ହଜାର ଚାଷୀ ଯୋଗଦେଇ ଥିଲେ ଏବଂ ରାଜ୍ୟ ସରକାରଙ୍କୁ ସତୀଘାଟ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଚାପ ପକାଇଥିଲେ।୨୦୦୨ ମସିହାରେ ସତୀଘାଟ ପ୍ରକଳ୍ପ ପାଇଁ ଯେଉଁ ଦାବି ହୋଇଥିଲା ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୨୦ ବର୍ଷ ବିତିଯାଇଥିବା ବେଳେ ସତୀଘାଟ ପ୍ରକଳ୍ପ ପାଇଁ ପ୍ରଶାସନ ତରଫରୁ ମାତ୍ର ଦୁଇ ଥର ସର୍ଭେ ପରେ ସୀମିତ ହୋଇ ରହିଯାଇଥିଲା।ପ୍ରଦୀପ ମାଝୀ ବିରୋଧୀ ଦଳରେ ଥିବା ବେଳେ ଏବେ ଶାସକ ବିଜେଡି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଛନ୍ତି।ଶାସକ ଦଳର ଯୋଗଦେବା ପରେ ସତୀଘାଟ ପ୍ରକଳ୍ପ ନିର୍ମାଣ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଜର ଧରିଥିଲା।

ସତିଘାଟ ପ୍ରକଳ୍ପ ନିର୍ମାଣ ହେଲେ ଝରିଗାଁ ବ୍ଳକର ଚଚା ପଂଚାୟତ ସହିତ ପାଲିଆ,ବାଣୁଆଗୁଡା,ଫୁପୁଗାଁ,ଗୁରୁସିଙ୍ଗା, ଚକଲାପଦର,ଇଛାପୁର ,କଟ୍ରିଛାପର, ବେଲଗାଁ,ଚିତାବେଡା,ଝରିଗାଁ ପଂଚାୟତର ପ୍ରାୟ ସାତ ହଜାର ଏକର ଜମିରେ ଜଳସେଚିତ ହେବ ବୋଲି ଜଣାପଡିଛି।ସେହିପରି ବ୍ଳକର ଶହ ଶହ ଚାଷୀ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି।ତେବେ କେବେ ସତୀଘାଟ ପ୍ରକଳ୍ପ କାମ ହେବ ଏବଂ ସ୍ଥାନୀୟ ଚାଷୀ ମାନେ କେବେ ଉପକୃତ ହେବେ ତାହା ଦେଖିବାକୁ ବାକିରହିଲା।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ସମାଜସେବୀଙ୍କ ପରଲୋକ 

masiha

ମସିହା NEWS ର ମହାପ୍ରଭାବ , ଖବର ପ୍ରକାଶ ପରେ, କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀଣି ସୋପାନ ଟଙ୍କା ହେରେଫେର ବାବଦରେ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ଭାରତୀୟ ମଜଦୁର ସଂଘର ୧୪୭ତମ କାର୍ଯ୍ଯକାରିଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!