ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ବଞ୍ଚାଅ ଜଳ ବଞ୍ଚାଅ ସାଇକଲ ଅଭିଯାନ ରେ ୧୮ବର୍ଷ ର ଯୁବକ

ନବରଙ୍ଗପୁର, (ମସିହା) ଆଗାମି ଭବିଷ୍ୟତ ପାଇଁ ଏକ ଅଭିନବ ଉପାୟରେ ସାଇକେଲ ଯୋଗେ ପରିବେଶ ର ବାର୍ତ୍ତା ପହଞ୍ଚାଉଛନ୍ତି ଏକ ୧୮ବର୍ଷୀୟ ଯୁବକ । ସେ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣାମ ରୁ ଗତ ୫ମାସ ହେଲା ସମ୍ପୂର୍ଣ ଭାରତ ଭ୍ରମଣ ରେ ବାହାରିଛନ୍ତି । ସେ ବର୍ତ୍ତମାନ ଯାଏଁ ସମ୍ପୂର୍ଣ ଭାରତ ର ଏକତୃତିଆଂଶ ଭ୍ରମଣ କରିଥିବା କହିଛନ୍ତି। ସେ ଆଜି ଓଡ଼ିଶା ରାଜ୍ୟ ର ନବରଙ୍ଗପୁର ଜିଲ୍ଲା ଅଧୀନ ଡାବୁଗାଁ ବ୍ଲକ ସଦର ପଥପ୍ରାନ୍ତ ଠାରେ ରାତ୍ରି ବିଶ୍ରାମ ନେଇ ରାୟପୁର ଅଭିମୁଖେ ଯିବେ ବୋଲି ସୂଚନା ପ୍ରଦାନ କରିଛନ୍ତି। ଆଗାମୀ ପିଢ଼ି ଉପରେ ପରିବେଶ ର ପ୍ରଭାବ କିପରି ହେବ ତାହା ଭାବି ଏହି ଯୁବକଙ୍କ୍ ଏପରି ପ୍ରୟାସ।ଏହି ଯୁବକଙ୍କ ଏପରି ବାର୍ତ୍ତା କୁ ଡାବୁଗାଁ ସାମ୍ବାଦିକ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ନବରନ୍ହପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପବିତ୍ର ବିଜୟା ଦଶମୀ ଉପଲକ୍ଷେ ପ୍ରଥମ କରି କୁଡ଼ିଏ ହଜାର ଭକ୍ତଙ୍କ ଉପସ୍ଥିତିରେ ରାବଣ ପୋଡ଼ି 

masiha

ଶ୍ରଦ୍ଧା ତରଫରୁ ସ୍ବପରାୟଣତା ସଚେତନତା ଦିବସ ପାଳନ 

Sunil Chandra Nayak

ମୃଗ ବିହାର ନିକଟରେ ଯାନବାହାନ ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!