ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ, କୋଦାଳ ବୁଲାଇ ରାସ୍ତା ରୋକ କଲେ

ପାପଡାହାଣ୍ଡି,1/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହରର ଭବାନି ଛକରେ ଶନିବାର ଜଣେ ମଦ୍ୟପ ଉନ୍ମତ କାଣ୍ଡ ଯୋଗୁଁ ରାସ୍ତାରେ ଯାଉଥିବା ସାଧାରଣ ଯାତ୍ରୀ ଭୟ ଭିତ ସହ ହଇରାଣ ହୋଇଥିଲେ | ଦୀର୍ଘ ସମୟ ଧରି ହାତରେ କୋଦାଳ ଧରି ବୁଲାଇବା ଯୋଗୁଁ ରାସ୍ତାରେ ଗାଡି ଚଳା ଚଳ ବାଧାପ୍ରାପ୍ତ ହୋଇଥିଲା | ମଦ୍ୟପ ଜଣକ ହାତରେ ଗୋଟିଏ କୋଦାଳ ଧରି ବୁଲାଇ ଥିଲେ | ଯେକେହି ଏହାର ପ୍ରତିବାଦ କରିବା ଗଲେ ତାକୁ ଆକ୍ରମଣ କରିବାକୁ ପଛା ଇ ନଥିଲେ | ଜାତୀୟ ରାଜପଥ 26 ରେ ଯାନ ବାହାନ ଚଳା ଚଳ ବନ୍ଦ ହୋଇ ବହୁ ଗାଡି ଅଟକି ଯାଇଥିଲା | ଏ ନେଇ ସ୍ଥାନୀୟ ଲୋକ ପୋଲିସକୁ ଜଣାଇବା ପାରେ ପୋଲିସ ପହଁଚି ମଦ୍ୟପକୁ କାବୁ କରିଥିଲେ | ତେବେ ମଦ୍ୟପଙ୍କ ଏପରି କାଣ୍ଡ ସାଧାରଣ ଜନତାକୁ ଭୟ ଭିତ କରିପକାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଫୁଲ ଚାଷୀଙ୍କ ଘଟଣା, ବାପା ଓ ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୨ କୋର୍ଟ ଚାଲାଣ 

Sunil Chandra Nayak

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

masiha

ଦିବ୍ୟାଙ୍ଗ ଯୁବତୀ କୁ ଦୁଷ୍କର୍ମ ।ଅଭିଯୁକ୍ତ ବାହାରେ ନିର୍ଭୟରେ ବୁଲୁଛି। ଅଭିଯୁକ୍ତ କୁ ଗିରଫ କରୁନାହିଁ ପୋଲିସ । ନ୍ୟାୟ ପାଇଁ ଡିଜି ଙ୍କ ଦ୍ୱାରସ୍ଥ ହେଲେ ପିଡିତା 

Sunil Chandra Nayak

Leave a Comment

error: Content is protected !!