ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଉନ ହଲ ନିର୍ମାଣ ନେଇ ଭୂମିପୂଜନ ଉତ୍ସବ, ବିଧାୟକ ଏବଂ ନଗରପାଳ ଦ୍ଵାରା ପୂଜା ଅର୍ଚ୍ଚନା

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ନିର୍ମାଣ ହେବାକୁ ଥିବା ଟାଉନ ହଲ ଭୂମି ପୂଜନ ଉତ୍ସବ ରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭୂମି ପୂଜନ କରିଛନ୍ତି। ଏହି ଟାଉନ ହାଲ ଦ୍ଵାରା ଖଡ଼ିଆଲର ସହରାଞ୍ଚଳରେ ଉନ୍ନତ ମାନର ସଭା,ସମିତି, ବୈଠକ ଏବଂ କର୍ମଶାଳା ଅନୁଷ୍ଠିତ ହେବ। ସାତ ଶହ ପଚାଶ ସିଟ ବିଶିଷ୍ଟ ଏହି ହଲ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନଅ କୋଟି ଆଠ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଭବିଷ୍ୟତରେ ବିଭିନ୍ନ ପାଣ୍ଠିରୁ ଅର୍ଥ ଆଣି ଏକ ଭବ୍ୟ ହଲ ନିର୍ମାଣ ହେବ ବୋଲି ବିଧାୟକ କହିଥିଲେ। ଗୃହ ଓ ପୁତ୍ତ ନିର୍ମାଣ ବିଭାଗ ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ବ ଥିବା ବେଳେ ଖଡ଼ିଆଳ ଏନ ଏ ସି ଏହାର ପତିଚଳନା ରହିବ। ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ଏନଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷl ପୁଷ୍ପାଞ୍ଜଳି ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ,ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ସଭ୍ୟ ଏବଂ ସଭ୍ୟା ମାନେ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୨ ଦିନରେ 

masiha

Leave a Comment

error: Content is protected !!