ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସଂଘ ର ଡାକରା କ୍ରମେ ୧୩ ଦଫା ଦାବି ନେଇ କୋରାପୁଟ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଡାକ୍ତର ମାନଙ୍କ ସାମୁହିକ ଇସ୍ତଫା , ଇସ୍ତଫା ପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଦେଲେ

କୋରାପୁଟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିନରେ କାର୍ଯ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସା ଡାକ୍ତର ମାନେ ଆଜି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ରାଜ୍ୟ ପ୍ରାଣୀ ଚିକିତ୍ସା ଡାକ୍ତରୀ ସଂଘ ଡାକରା ଜିଲ୍ଲାର ଅଫିସର ତଥା କୋରାପୁଟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଫିସର ସଂଘ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, କୋରାପୁଟ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଦର୍ଶନ ସାହୁ, ଜୟପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିଶ୍ୱଜିତ ରୋଜ, ଏଡିଭିଓ. ଡିସି ଡାକ୍ତର ବିଚିତ୍ରାନନ୍ଦ ଦାସ ଓ ସମସ୍ତ ୧୪ ଗୋଟି ବ୍ଲକର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ଏଭିଏସ୍, ଭିଏସ୍ ଏବଂ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମାନେ ଏକତ୍ରିତ ହୋଇ  ରାଜ୍ୟ ସରକାରଙ୍କୁ ଆମ ପଶୁ ପକ୍ଷୀ ଚାଷୀ ମାନଙ୍କ ଏବଂ ଆମ ମାନଙ୍କର କିଛି ମୌଳିକ ସୁବିଧା ଗୁଡ଼ିକ ଯୋଗାଇ ଦେବା ନିମନ୍ତେ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ବାଧ୍ୟ ହୋଇ ଆଜି  କୋରାପୁଟ ଜିଲ୍ଲା ସମସ୍ତେ ରାଜ୍ୟ ସରକାରଙ୍କୁ  ସମସ୍ତଙ୍କ ଇସ୍ତଫା ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବିନାରାୟଣ ପଣ୍ଡାଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ। ତେବେ ଏହି ପ୍ରାଣୀ ଚିକିତ୍ସା ଡାକ୍ତର ମାନେ ଇସ୍ତଫା ପରେ ଜିଲ୍ଲା କେଉଁ ଭଳି ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଗଣମାଧ୍ୟମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପ୍ରଶ୍ନ କରିଥିବା ବେଳେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପଶୁ ପକ୍ଷୀ ମାନଙ୍କୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ମତ ପ୍ରକାଶ କରିଥିଲେ ଡାକ୍ତର ପଣ୍ଡା। ସେପଟେ ଦଶମନ୍ତପୁର ବ୍ଲକରେ ଆନ୍ଥ୍ରାକ୍ସରେ ଜଣକର ମୃତ୍ୟୁ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ସମୁହ ପ୍ରାଣୀ ଚିକିତ୍ସା ଡାକ୍ତର ମାନଙ୍କ ଇସ୍ତଫାକୁ ନେଇ ଆଉ ଏକ ବଡ଼ ମୁଣ୍ଡବ୍ୟଥା ହୋଇଥିବା ବେଳେ ରାଜ୍ୟ ସରକାର ଯଥା ସିଘ୍ର ଆଲୋଚନା କରି କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଡାକ୍ତର ମାନଙ୍କୁ ପରାମର୍ଶ ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

୫ଟି ଅଧକ୍ଷଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର 

masiha

ଦୁଇ ଦିନିଆ ଜ଼ିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!