ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ନିରୀହ କେନ୍ଦୁପତ୍ର ତୋଳାଳୀ

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜ଼ିଲ୍ଲା ଡାବୁଗାଁ ବ୍ଲକ ଏକ ଆଦିବାସୀ ଓ ଦଳିତ ଅଧୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ନିରୀହ ମହିଳାମାନେ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର ଆଶାରେ ନିରୀହ ମହିଳା ମାନେ କେନ୍ଦୁପତ୍ର ତୋଳି ଥାନ୍ତି |ଡହ ଡହ ଖରାରେ ଚାରି ମାସ ଜେନ୍ଦୁପତ୍ର ତୋଳିଥାନ୍ତି ଗରିବ ଖଟିଖିଆ ଲୋକେ lଭୋର ସକାଳୁ ବାହାରି ଯାଇ ଦିପହରରେ ଘରକୁ ଆସିଥାନ୍ତି |ପତ୍ର କୁ ବାନ୍ଧି ଫଡିକୁ ନେଇ ଯାଆନ୍ତି ସୁଖେଇବାକୁ |୪୨ ଟି ପତ୍ର କୁ ନେଇ ଗୋଟାଏ ବିଡ଼ା ବନ୍ଧା ଯାଇଥାଏ |ଏଭଳି ୧00 ଟି ବିଡା କରି ବସ୍ତାରେ ଭର୍ତ୍ତି କରି ଦୁଇ ପଇସା ପାଇବା ଆଶାରେ ନେଇଥାନ୍ତି ବିକିବା ପାଇଁ |ନିରୀହ ଆଦିବାସୀ, ଦଳିତ ମହିଳା ମାନେ ଜୀବନକୁ ବାଜି ଲଗେଇ,ଅଂଶୁଘାତ କୁ ପଛରେ ପକାଇ ଡହ ଡହ ଖରାରେ ତୋଳୁଛନ୍ତି କେନ୍ଦୁ ପତ୍ର |କିନ୍ତୁ ଏ ଯାଏ ସେମାନେ ଗୋଟେ ବିଡ଼ାକୁ କେତେ ପଇସା ଏବଂ ଶହେଟା ବିଡ଼ାକୁ କେତେ ପଇସା ତାହା ଜାଣି ନାହାଁନ୍ତି |ଏଭଳି ଏକ ଖବର ନଜରକୁ ଆସିଛି ନବରଙ୍ଗପୁର ଜ଼ିଲ୍ଲା ଡାବୁଗାଁ ବ୍ଲକ ଅଧିନସ୍ଥ ଡାବୁଗାଁ ସହ ଆଖ ପାଖ ସମସ୍ତ ଅଞ୍ଚଳରେ lକେନ୍ଦୁ ପତ୍ରରେ ସରକାର ଅଧିକ ଲାଭବାନ ହେଇଥିବାରୁ ତୋଳାଳିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର lହେଲେ ଯୋଜନା କେବଳ କମ୍ପୁଟର, ଲ୍ୟାପଟପ ରେ ହିଁ ସୀମିତ lଚାରି, ପାଞ୍ଚ ବର୍ଷ କେନ୍ଦୁ ପତ୍ର ତୋଳି ମଧ୍ୟ ଯୋଜନାରୁ ବଞ୍ଚିତ ଏଠିକାର ନିରୀହ କେନ୍ଦୁ ପତ୍ର ତୋଳାଳୀ ମହିଳା ମାନେ lମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨0୧୬ ମସିହାରେ ଦେଇଥିବା ପ୍ରତିଶୃତି ସବୁ କୁଆଡେ ଗଲା l୧00 ପ୍ରତିଶତ ବୋନସ ଘୋଷଣା କେବଳ ଘୋଷଣା ରେ ହିଁ ରହିଗଲା lପ୍ରଥମ ପର୍ଯ୍ଯାୟରେ ତୋଳାଳିଙ୍କୁ ମିଳିବ ୧000 ଟଙ୍କା ତାହାବି ନାହିଁ lପରିବାର ଓ କର୍ମଚାରୀର ୨ ଟି ପିଲାଙ୍କୁ ମିଳିବ ବୃତ୍ତି lତାହାବି ନାହଁ lଏହିଭଳି ଅନେକ ସୁବିଧାରୁ ବଞ୍ଚିତ କେନ୍ଦୁପତ୍ର ତୋଳାଳୀ lତା ସାଙ୍ଗକୁ ପାଦକୁ ଜୋତା,ମୁଣ୍ଡ କୁ ଛତା,ବି ଏଠି ନାହଁ lକେନ୍ଦୁ ପତ୍ର ତୋଳି ଚାରି, ପାଞ୍ଚ ବର୍ଷ ବିତି ଯାଉଥିଲେ ହେଁ କୌଣସି ଯୋଜନା ନ ପାଇବା ଓ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନାରୁ ଏହି ଅଂଚଳ ବାସି ଆଢୁଆଳରେ ରହି ଯାଉଥିବା ଦେଖିବାକୁ ମିଳିଛି lତେବେ ଏଠି ପ୍ରଶ୍ନ ଉଠୁଛି ଡହ ଡହ ଖରାରେ ପରିଶ୍ରମ କରିବା ଶ୍ରମ ଖାଉଛି କିଏ lକେନ୍ଦୁ ପତ୍ର ତୋଳାଳିଙ୍କ ପାଇଁ ହେଉଥିବା ଯୋଜନାର ଭାଗିଦାର କିଏ ?କେନ୍ଦୁପତ୍ର ବିଡା ପ୍ରତି ୨ଟଙ୍କା ଅଶୀ ପଇସା ତୋଳାଳି ପାଉଛନ୍ତି ନା ଅଧା ବାଟମାରଣା ହେଉଛି lକାହିଁକି ନା ତୋଳାଳି ଜାଣି ନାହାଁନ୍ତି ଗୋଟେ ବିଡା କେତେ ପଇସା ?ଗରିବ ଆଦିବାସୀ ମାନେ କିଛି ଜାଣି ନ ପାରୁଥିବାରୁ ଏହାର ଫାଇଦା କିଏ ନେଉଛି ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି Iଖବର ପ୍ରସାରଣ ହେବା ପରେ ରେଞ୍ଜ ଅଫିସର ଓ ବ୍ଲକ ପ୍ରଶାସନ ଏହାର କି ପ୍ରକାର ସମାଧାନ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ଉଠିଛି I ଖାଲି ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କେନ୍ଦ୍ରାପଡ଼ା ଜିଲ୍ଲାକୁ ଶ୍ରେଷ୍ଠ କ୍ୟାମ୍ପୋରି ପୁରସ୍କାର ପ୍ରଦାନ କଲା ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ୍

masiha

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

masiha

କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

masiha

Leave a Comment

error: Content is protected !!