ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକସ୍ଵାସ୍ଥ୍ୟ

୩ ଶିଶୁପୁତ୍ର କୁ ଜନ୍ମ ଦେଲେ ମହିଳା

 ଡାବୁଗାଁ, ୨୬/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ୩ ଟି ଶିଶୁ ପୁତ୍ର ଜନ୍ମ ମହିଳା | ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜି ସକାଳ ସମୟରେ ଏକ ମହିଳା ୩ଟି ଶିଶୁପୁତ୍ର କୁ ଜନ୍ମ ଦେଇଛନ୍ତି |ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ପଞ୍ଚାୟତ ଅଧୀନ ପରଶୁବେଢା ଗ୍ରାମର ସୁକୁରାମ ଭତ୍ରା ଙ୍କ ସ୍ତ୍ରୀ ବେଲୁ ଭତ୍ରା (୩୦) ପ୍ରସବ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସିଥିଲେ। ସେଠାରେ ଶୁକ୍ରବାର ସକାଳ ସମୟରେ ସେ ୩ଟି ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ପ୍ରସୂତି ପରେ ୩ଟି ଶିଶୁ ପୁତ୍ର ଙ୍କ ଓଜନ କମ ଥିବା ଯୋଗୁଁ ବେଲୁଙ୍କ ସହ ଜନ୍ମ ନେଇଥିବା ଶିଶୁ ଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ୩ ଶିଶୁ ଙ୍କୁ ସ୍ଵତନ୍ତ୍ର ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇ ଚିକିତ୍ସିତ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଶ୍ଵ ମତ୍ସ୍ୟ ଦିବସ ପାଳନ 

masiha

କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ

masiha

ପାନୀୟଜଳ ସମସ୍ୟାକୁ ନେଇଁ ରାସ୍ତା ରୋକ, ଯାତାୟାତ ଠପ 

Sunil Chandra Nayak

Leave a Comment

error: Content is protected !!