ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୩୧/୫- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଡାଲଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ରାମ ପ୍ରସାଦ ଧରୁଆ ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କୋକସରା ତରଫରୁ ତାଙ୍କୁ ବୁଧବାର ଡାଲଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସଭାରେ ସତ୍ୟବାନ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ, ମୂଖ୍ୟବକ୍ତା ଚିତାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଗାମ୍ବର ଦଲପତି, ସମ୍ମାନୀୟ ଅତିଥୀ ସି.ଆର.ସି.ସି ଈଶ୍ବର ଚନ୍ଦ୍ର ନାଏକ, ଗଗନ ବିହାରୀ ପଟ୍ଟନାୟକ, ଲିଙ୍ଗରାଜ ନାଏକ, ଅବସର ପ୍ରାପ୍ତ ଶିକ୍ଷକ ଅଗସ୍ତି ରାଉତ ପ୍ରମୁଖ ମଞ୍ଚାସୀନ ରହି ଶିକ୍ଷକଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ କାମନା କରିଥିଲେ । କାର୍ଯ୍ୟକ୍ରମକୁ ସଭାକୁ ଈଶ୍ବରୀ ପ୍ରସାଦ ଅଗସ୍ତି ପରିଚାଳନା କରିଥିବା ବେଳେ ଶ୍ରୀମନ୍ତ ଧରୁଆ, କ୍ଷୀରୋଦ କୁମାର ପଣ୍ଡା, ଉଦ୍ଧବ ଧରୁଆ, ମନମୋହନ ନାଏକ, ରଞ୍ଜିତ କୁମାର ଖମାରୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ, ବିଦ୍ୟାଳୟ ପରିଚାଲନା କମିଟି ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।

ମସିହା ନୀୟୁଜ ସର୍ଭିସ୍ 

Related posts

ଯୁବ ନେତୃତ୍ୱ ବିକାଶ ତାଲିମ୍ ଶିବିର ଉଦ୍‌ଘାଟିତ 

Sunil Chandra Nayak

ବ୍ଲକ ହିନ୍ଦୁ ସଂଘଠନ ତରଫରୁ ରାଲି ସହ ଦାବିପତ୍ର ପ୍ରଦାନ

Sunil Chandra Nayak

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳାକୁ ନେଇ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!