ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶାଳ ଗଛ କାଟି ୩ ଗିରଫ

ଡାବୁଗାଁ, ୧୦/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଶାଳ ଗଛ କାଟିବା ଅଭିଯୋଗରେ ୩ ଜଣ ଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଗୁରୁବାର ରାତିରେ ଡାବୁଗାଁ ବନ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇଥିଲେ ଯେ ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୩ ଜଣ ଲୋକ ଏକ ଶାଳ ଗଛ କାଟୁଛନ୍ତି | ସଙ୍ଗେ ସଙ୍ଗେ ବନ କର୍ମଚାରୀ ମାନେ ଉକ୍ତ ଜଙ୍ଗଲ ମଧ୍ୟ କୁ ଯାଇ ଖୋଜାଖୋଜି କରିବା ପରେ ଦେଖିଥିଲେ ଯେ ଏକ ସ୍ଥାନରେ ୩ ଜଣ ବ୍ୟକ୍ତି ଏକ ଶାଳ ଗଛ କାଟି ଗଣ୍ଡି କରୁଛନ୍ତି | ତୁରନ୍ତ ବନ କର୍ମଚାରୀ ଉକ୍ତ ବ୍ୟକ୍ତି ମାନନକୁ ଚାରିପଟୁ ଘେରି ଯାଇ କାବୁ କରିଥିଲେ | ୩ ଜଣ ବ୍ୟକ୍ତି ଙ୍କୁ ଗିରଫ କରିବା ସହ ୩ ଟି ଶାଳ ଗଣ୍ଡି ଓ ଟାଙ୍ଗିଆ ଜବତ କରାଯାଇଛି | ଗିରଫ ବ୍ୟକ୍ତି ମାନେ ହେଲେ ସାନକୋଇଲାରି ଗ୍ରାମର ପୁରୁଷତି କଲାର (୩୯), କମଳ କଲାର (୨୫) ଓ ଲଳିତ କଲାର (୩୭) | ଶୁକ୍ରବାର ୩ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୩୬?୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା ୩ ତି ଶାଳ ଗଣ୍ଡିର ଆନୁମାନିକ ସରକାରୀ ମୂଲ୍ୟ ୫୦ ହଜାର ଟଙ୍କା ରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ କହିଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି ଓ ପର ଫରେଷ୍ଟ ଷ୍ଟାଫ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସିସିଟିଭି ଭାଙ୍ଗି ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସୁନା,ରୂପା ଗହଣା ସହ ୩୦ ହଜାରୁରୁ ଉର୍ଦ୍ଧ ଟଙ୍କା

Sunil Chandra Nayak

ଗର୍ଜନ ପାଣି ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯିବ ବୋଲି ଆରକ୍ଷୀ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେଲେ

Sunil Chandra Nayak

କଲରାପତ୍ରିୟା ବାଘ ଛାଲ ଜବତ, ଦୁଇ ଗିରଫ

masiha

Leave a Comment

error: Content is protected !!