ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ମାଝି ଗୌରୀ ଟି ୧୫ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

ବନ୍ଧୁଗାଁ ତା ୧୨/୭/୨୩ //  ଆଜି ବନ୍ଧୁଗାଁ ବ୍ଲକ ସାନସରପଲ୍ଲୀ ଯୁବକ ସଂଘ ତରଫରୁ ଆୟୋଜିତ ହୋଇଥିବା ମା ମାଝି ଗୌରୀ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା, ପୁର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା, ପୁର୍ବତନ ସାଂସଦ ପାର୍ଥିନି କୌଶଲ୍ୟା ହିକକା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ଜିଲ୍ଲା ପରିଷଦ ସଦସ୍ୟ ମାଜି ହିମରିକା ଓ ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ରହିଥିଲେ। ଉଦଯାପନୀ ଉତ୍ସବର ଫାଇନାଲ କ୍ରିକେଟ ଖେଳ ରେ ଏମ ଏଣ୍ଡ ଏମ ଷ୍ଟନ କ୍ରସର ଓ ମା ମାଝି ଗୌରୀ କ୍ରିକେଟ ଟିମ ସହିତ ପ୍ରତିଯୋଗୀତା ହୋଇଥଲା। ପ୍ରଥମେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିବା ପାଇଁ ଏମ ଏଣ୍ଡ ଏମ ଷ୍ଟନ କ୍ରଶର ଖେଳାଳି ପଡିଆ ଭିତରକୁ ଯାଇ ୧୦୯ ରନ ସଂଗ୍ରହ କରି ଥିଲେ। ଏହାପରେ ମା ମାଝି ଗୌରୀ କ୍ରିକେଟ ଟିମ ପଡିଆ ଭିତରକୁ ଯାଇ ମାତ୍ର ୭୮ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ଏମ ଏଣ୍ଡ ଏମ ଷ୍ଟନ କ୍ରଶର ଟିମର ମାଲିକ ମନୋଜ ନାୟକ ଫାଇନାଲ ଖେଳ ରେ ବିଜୟୀ ହେବା ପରେ ଏମ ଏଣ୍ଡ ଏମ ଷ୍ଟନ କ୍ରଶର ଲଗ ଲାଗିଥିବା ଟି ସାର୍ଟ ପରିଧାନ କରିଥିବା ଶତାଧିକ ଦର୍ଶକ ଓ ସମର୍ଥକ ଅତି ଖୁସିରେ ନାଚ ଗୀତ କରି ମୁଖ୍ୟ ଅତିଥି ଜିଲ୍ଲା ବିଜେଡ଼ି ସଭାପତି , ପୁର୍ବତନ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ଦ୍ଵାରା ୨ ଲକ୍ଷ ତେଇଶି ହଜାର ଟଙ୍କାର ଚେକ୍ ସହିତ ବଡ ସିଲ୍ ପ୍ରଦାନ କରାଯାଇଥିଲା । ରନର ଟିମ କୁ ଏକ ଲକ୍ଷ ବାର ହଜାର ଟଙ୍କା ସହିତ ସିଲ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ଓ ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା  ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଅତି ଉତ୍ସାହିତ ସହିତ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଥିବାରୁ ଏହି ପ୍ରକାର ଖେଳ କେବେ ହୋଇ ନ ଥିବା ଜଣାଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

୧୫ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଖେଳାଳୀ ଙ୍କ କୋଚିଂ କେମ୍ପ ଆରମ୍ଭ 

masiha

ଓଡିଶା କ୍ରିକେଟ ସଙ୍ଘ ର ଭିଜନ ୨୦୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

Sunil Chandra Nayak

ଟାୱାର କ୍ଲବ ତରଫରୁ ରାଜ୍ୟ ସ୍ତରୀୟ ବ୍ୟାଟ ମିଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ       

Sunil Chandra Nayak

Leave a Comment

error: Content is protected !!