ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଭଂଜସେନାର ଖବରଦାତା ସମ୍ମିଳନୀ 

 ମୟୂରଭଞ୍ଜ -୨/୯- ( ମସିହା)ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ । ପ୍ରତ୍ୟେକ କୋଣେ ଅନୁକୋଣେ ଗ୍ରାମାଞ୍ଚଳରେ ସହରାଞ୍ଚଳ ପର୍ଯ୍ୟନ୍ତ ଫୁଟବଲ ଜୀବନ ଭରି ରହିଛି ।ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ହୃଦୟରେ ଫୁଟବଲ ହିଁ ଫୁଟବଲ ।ହେଲେ ରାଜ୍ୟ କି କେନ୍ଦ୍ର ସରକାର ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଆଜିଯାଏଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହାକୁ ଫୁଟବଲ ଖେଳାଳୀ ଓ ଫୁଟବଲ ପ୍ରିୟଙ୍କ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ସଭା ସମିତିରେ ମୁଖ୍ୟ ଅତିଥି ହୋଇ ଶାସକ ଦଳ ହେଉ ଅବା ବିରୋଧୀ ଦଳର ନେତୃବୃନ୍ଦ ସବୁ ସମୟରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ସପକ୍ଷରେ ସଭା ସମିତିରେ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି ହେଲେ କାମରେ ଶୂନ ।ଖାଲି ଫୁଟବଲ ପ୍ରତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଜୋରଦାର ଦାବି କରୁଛିଅଣରାଜନୈତିକ ସଂଗଠନ ‘ ଭଂଜସେନା’ ।ଏନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଭଞ୍ଜସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି |ସୁନ୍ଦର ଗଡ଼ ଜିଲ୍ଲାରେ ହକି ଖେଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଫୁଟବଲ ଖେଳର ଏନ୍ତୁଡ଼ିଶାଳ ମୟୁରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ କୌଣସି ଯୋଜନା କରିନଥିବା ଅଭିଯୋଗ ଆଣିଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା | ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେଲେ ଖେଳର ବିକାଶ ସହ ବହୁ ଖେଳାଳୀ ଉପକୃତ ହେବେ |ଭଲ ଖନୂଆ ପ୍ରତିଭା ସୃଷ୍ଟି ହେବା ସହ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଯୁବ ଫୁଟବଲ ତାରକା ସୃଷ୍ଟି ହୋଇପାରିବେ ଵୋଲି ଅଧ୍ୟକ୍ଷ ସଫି ଜେନା ଗଣମାଧ୍ୟମକୁ ସୂଚାଇଥିଲେ।ଫୁଟବଲ ମଧ୍ୟ ରୋଜଗାର , ଚାକିରୀ ଯୋଗାଇବ ଯୁବ ଖେଳାଳିଙ୍କୁ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବରଗଡ଼ କୁ ହରାଇ ଜୟପୁର ସେମିଫାଇନାଲ କୁ ଉନ୍ନୀତ। ପରବର୍ତ୍ତୀ ଖେଳ ଜେକେପୁର ଓ ଜୁନାଗଡ଼ ମଧ୍ୟରେ

masiha

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

masiha

କମଣ୍ଡରେ ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!