ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସରେ ସାମିଲ ଦାବି 

କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସରେ ସାମିଲ ଦାବି 

ଡାବୁଗାଁ, ୮/୯ (ମ.ନି.ସ.)- ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ପରିଚାଳିତ ଗ୍ରାହକ ସେବା କେନ୍ଦ୍ରକୁ କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସରେ ସାମିଲ କରିବାକୁ ଦାବି ହୋଇଛି | ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଥିବା ସମସ୍ତ ଗ୍ରାହକ ସେବା କେନ୍ଦ୍ରର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡାବୁଗାଁ ବିଡିଓ ଶରତ ମାଝିଙ୍କୁ ଶୁକ୍ରବାର ଅପରାହ୍ନରେ ପ୍ରଦାନ କରିଛନ୍ତି | ଏହି ଦାବିପତ୍ରରେ ଏହି କର୍ମ କର୍ତ୍ତା କରୋନା ମହାମାରୀ ସମୟରେ ଘର ଘର ବୁଲି ବିଭିନ୍ନ ପ୍ରକାର ବ୍ୟାଙ୍କ ସେବା ଯୋଗାଇଛନ୍ତି | ସେଥି ମଧ୍ୟରୁ ଛାତ୍ରୀଛାତ୍ରଙ୍କ ବୃତ୍ତି, ସାଇକେଲ ଅନୁଦାନ, ମମତା ଯୋଜନା ଅନୁଦାନ, ପରିବାର କଲ୍ୟାଣ ଅନୁଦାନ, କୃଷକଙ୍କ ପାଇଁ ଆସିଥିବା ବିଭିନ୍ନ ଅନୁଦାନ, ବିକୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁଦାନ, ବାର୍ଦ୍ଧକ୍ୟ/ବିଧବା ଭତ୍ତା ଆଦି ଯୋଗାଇ ଆସିଛନ୍ତି | ବର୍ତ୍ତମାନ ସରକାର ଙ୍କ ପକ୍ଷରୁ ନୂତନ ଗ୍ରାହକ ସେବା କେନ୍ଦ୍ର ପ୍ଲସ ଖୋଲା ଯାଉଛି ଯାହା ଫଳରେ ବହୁତ ବର୍ଷ ଧରି ଗ୍ରାହକ ସେବା କେନ୍ଦ୍ର ଏହି ସେବାରୁ ବଞ୍ଚିତ ରହିବେ | ଏହି ଦାବିପତ୍ର ପ୍ରଦାନ ବେଳେ ଗ୍ରାହକ ସେବା କେନ୍ଦ୍ରର କର୍ମ କର୍ତ୍ତା ଅକ୍ଷୟ ଷଡଙ୍ଗୀ, ଅମ୍ଳାନ ଜ୍ୟୋତି ମାଦଳା, ଶିଲ୍ପା ପଟ୍ଟନାୟକ, ଜୟଚନ୍ଦ୍ର ବିଶୋଇ, ଦିନାତନ ନାୟକ, ନରସିଂ ଭତ୍ରା, ଲିଭିଙ୍ଗ ଷ୍ଟନ, ମହେନ୍ଦ୍ର ପନକା, ଦେବାଶିଷ ଜେନା ଓ ଯଶୋବନ୍ତ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋଇଡ଼ା ଆପ୍ଟିଟ୍ୟୁଡ୍ ଅସେସମେଣ୍ଟ ଏବଂ କେରିଅର୍ ଗାଇଡେନ୍ସ ଲାଇଫ୍ ସ୍କିଲ୍ ସେସନ” କୋଇଡା ଡିଗ୍ରୀ କଲେଜରେ ଆୟୋଜିତ ହୋଇଯାଇଛି 

Sunil Chandra Nayak

କୋଏଲନଗର କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପଥଚାରୀଙ୍କୁ ଶୀତଳ ପାନୀୟ ବଣ୍ଟନ

Sunil Chandra Nayak

ଚିନ୍ମୟ ମିଶନ, ରାଉରକେଲା ଦ୍ୱାରା* *ରାଜ୍ୟସ୍ତରୀୟ ଗୀତା ଆବୃତ୍ତି

Sunil Chandra Nayak

Leave a Comment

error: Content is protected !!