ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ପାଣିରେ ବୁଡି ଜଣେ ନାବାଳକ ମୃତ, ଦୁଇ ବାଳକ ଡାକ୍ତରଖାନା ରେ ଚିକିତ୍ସାଧୀନ

କେନାଲ ପାଣିରେ ବୁଡି ଜଣେ ନାବାଳକ ମୃତ, ଦୁଇ ବାଳକ ଡାକ୍ତରଖାନା ରେ  ଚିକିତ୍ସାଧୀନ 

  ଏକ ଅଭାବନୀୟ ଘଟଣା କ୍ରମରେ ଆଜି କେନାଲ ପାଣି ସ୍ରୋତରେ ବୁଡି ଜଣେ ନାବାଳକ ର ମୃତ୍ୟୁ ହୋଇଛି।ମୃତକ ଜଣକ ଧର୍ମଗଡ଼ ସହର ର ହରିଜନ ପଡାର ହରମନ ନାଏକ (୧୨)ବୋଲି ଜଣାପଡ଼ିଛି।

ସୂଚନା ଅନଯାୟୀ, ଆଜି ବିଶ୍ୱକର୍ମା ପୂଜା ଥିବାବେଳେ ଗାଡି ଧୋଇବା ପାଇଁ ତେନ୍ତୁଳିଆ ରୋଡ଼ ସ୍ଥିତ କେନାଲ କୁ ତିନି ଜଣ ଯାଇଥିଲେ।ଗାଡ଼ି ଧୋଇବା ପରେ ଗାଧୋଇବା ବେଳେ କେନାଲ ସ୍ରୋତରେ ହରମନ ନାଏକ ବୁଡି ଯାଇ ଥିବା ବେଳେ ଦୁଇ ସାଙ୍ଗ ଭାସି ଯାଇଥିଲେ।ତେବେ ହରମନ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନା କୁ ନେଇ ଥିଲେ ହିଁ ସେଠାରେ ଡାକ୍ତର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଆଉ ଦୁଇଜଣ ନାବାଳକ ଧର୍ମଗଡ ଡ଼ାକ୍ତରଖାନାରେ ଚିକି୍ସାଧୀନ ଅଛନ୍ତି। ଧର୍ମଗଡ଼ ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ …..

Related posts

ଗୋବର୍ଦ୍ଧନପୁର ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଭୋଟିଂ  ୨ ୱାର୍ଡ ସଭ୍ୟଙ୍କ ସମେତ ଅନୁପସ୍ଥିତ ରହିଲେ ସରପଞ୍ଚ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା  

masiha

ଡାବୁଗାଁରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଓ କର୍ମକର୍ତ୍ତା ଚୟନ 

masiha

ଶବ ସତ୍କାର କରିବାକୁ ଶ୍ମଶାନ ଅଛି ଶ୍ମଶାନକୁ ଯିବାକୁ ରାସ୍ତା ନାହିଁ :ରାସ୍ତା ଓ ଶବ ସତ୍କାର କରିବା ପାଇଁ ଗୃହ ନିର୍ମାଣ ନିମନ୍ତେ ଜନସାଧାରଣରେ ଦାବୀ 

Sunil Chandra Nayak

Leave a Comment

error: Content is protected !!