ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ସାହିତ୍ୟ ସଂସଦର ଶରତ ଆସର

ଖଇରା ସାହିତ୍ୟ ସଂସଦର ଶରତ ଆସର

ବାଲେଶ୍ଵର,୨୪/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ଦୁର୍ଗା ମଣ୍ଡପ ପରିସରରେ ଖଇରା ସାହିତ୍ୟ ସଂସଦର ଶରତ ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆସର ସଂସଦର ସଭାପତି କବି ମାୟାଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଣ୍ଡିତ ଦ୍ବାରିକା ନାଥ ଶତପଥୀ, ଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର, ରବୀନ୍ଦ୍ର କୁମାର ଦାସ, ପଣ୍ଡିତ ରଘୁନାଥ ପତ୍ରୀ, ପ୍ରାକ୍ତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ, ଅଭିରାମ ମହାପାତ୍ର, ହରେକୃଷ୍ଣ ପଣ୍ଡା, ପଦ୍ମନାଭ ଶନିବିଗ୍ରହ, ଦେବେନ୍ଦ୍ର କୁମାର ରାଉତ, କବି ନରେନ୍ଦ୍ର ପ୍ରସାଦ ବେହେରା, ଗଗନ ବିହାରୀ ପଣ୍ଡା ଓ କୈଳାସ ଚନ୍ଦ୍ର ଦାସ ଉପସ୍ଥିତ ରହି କବିତା ପାଠ କରିଥିଲେ । 

    ଏହି ଅବସରରେ ବାଲେଶ୍ଵରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସାହିତ୍ୟିକ କେଶବ ଚନ୍ଦ୍ର ପଣ୍ଡା ଓ ଅଭୟ ମିଶ୍ର ଦାବି ଉପସ୍ଥାପନ କରିଥିଲେ । ଏହାର ଏକ ଶାଖା ଖଇରା ଠାରେ ପ୍ରତିଷ୍ଠା କରିବା ପାଇଁ ଆସରରେ ନିଷ୍ପତ୍ତି ନିଆଗଲା ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ଅନୁଷ୍ଠିତ ବୈଠକରେ ବିପୁଳ ସଂଖ୍ଯାରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ ନିମନ୍ତେ ଶ୍ରୀ ପଣ୍ଡା ଓ ଶ୍ରୀ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପଡୋଶୀ ଔପଦା ବ୍ଲକରୁ ପ୍ରଫେସର ଶୁଭେନ୍ଦୁ କୁମାର ପଣ୍ଡା ଯୋଗ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମପ୍ରାଣା ପଦ୍ମତୋଳା ସେନାପତିଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ପୋଲିସର ଫ୍ଲାଗମାର୍ଚ୍ଚ

masiha

ରାୟଗଡା ଜ଼ିଲ୍ଲାପାଳ ଙ୍କ ବଡନାଳା ଜଲ ଭଣ୍ଡାର ପରିଦର୍ଶନ 

masiha

Leave a Comment

error: Content is protected !!