ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଢ଼ାବନ୍ଧରେ ବୁଡି ମହିଳାଙ୍କ ମୃତ୍ୟୁ

ବେଢ଼ାବନ୍ଧରେ ବୁଡି ମହିଳାଙ୍କ ମୃତ୍ୟୁ

ପାପଡାହାଣ୍ଡି,5/10, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ସଦର ମହକୁମାରେ ଥିବା ବେଢ଼ାବନ୍ଧରେ ବୁଡି ଗୁରୁବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ହେମ ଭତ୍ରା । ତାଙ୍କ ଘର ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ସାନ ଭେଜା ଗ୍ରାମ ବୋଲି ଜଣାପଡିଛି । ସେ ତାଙ୍କ ମାମୁଁ ଘର ମୋକିଆକୁ ଆସିଥିଲେ । ସକାଳେ ଗାଧାଇବା କୁ ନିକଟସ୍ଥ ବେଢ଼ାବନ୍ଧକୁ ଯାଇଥିଲେ । ପାଣିର ଗଭୀରତା ନ ଜାଣି ପାରିବାରୁ ବୁଡି ଯାଇଥିଲେ ।ପରିବାର ଲୋକ ବହୁ ଖୋଜାଖୋଜି କରିବାରୁ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ ।କିଛି ସମୟ ପରେ ତାଙ୍କର ଶବ ପାଣି ଉପରକୁ ଭାସୁଥିବା ଦେଖିବାକୁ ପାଇଥିଲେ ।ଏନେଇ ପରିବାର ଲୋକ ପାପଡାହାଣ୍ଡି ଥାନାକୁ ଖବର ଦେବାପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ସରପଞ୍ଚ ଜଗତ ଜୀବନ ନାୟକ ,ପୂର୍ବତନ ସମିତି ଯୁଗଳ ବିଶୋଇ , ପୂର୍ବତନ ବ୍ଲକ ଅଧକ୍ଷ ଲିଙ୍ଗରାଜ ଭତ୍ରା ପ୍ରମୁଖ ପହଞ୍ଚି ଥିଲେ । ଏନେଇ ପାପଡାହାଣ୍ଡି ପୋଲିସ କେସ ନମ୍ବର 14/23ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟାବଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆମ ପରିବାରର ପ୍ରଥମ ବଂଧୁ ମିଳନ 

masiha

ଭୁବନ ଯୁବ ଯାଦବ ସମାଜର ଯୁବ ପ୍ରତିଭା ସମ୍ମାନିତ

masiha

ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!