ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ସହର ଯୋଡାର ବନେଇକାଳାରେ ମହାସମାରୋରେ ଦୁର୍ଗାପୂଜା ପାଳିତ

ଖଣି ସହର ଯୋଡାର ବନେଇକାଳାରେ ମହାସମାରୋରେ ଦୁର୍ଗାପୂଜା ପାଳିତ

ଯୋଡ଼ା – ଖଣି ସହର ଯୋଡ଼ାର ବନେଇକଳା ଥାନା ସମ୍ମୁଖରେ ଥିବା ଟିସ୍କୋ କଲୋନୀର ପରିସରରେ ଶାରଦୀୟ ଦୁର୍ଗାପୂଜା ବେସ ଆଡ଼ମ୍ବରେ ଆରମ୍ଭ। ସ୍ୱଉଚ୍ଚ ତୋରଣ,ରୂପେଲି ଝାଲର ସଜ୍ଜା ସହ ମା ଜଗତ ଜନନୀଙ୍କ ମୂର୍ମୟୀ ମୂର୍ତ୍ତି ବେସ ଚିତାକର୍ଷଣ ରୂପେ ଶୋଭା ପାଉଥିବା ବେଳେ ପାର୍ଶ୍ଵ ଦେବତା ଆଖି ଦୂର୍ଷୀୟା ହେତୁ ପ୍ରତ୍ୟେକ ଦିନ ଭକ୍ତଙ୍କ ଭିଡ଼ ଆଗମନ ହେଉଥିବାର ଦେଖିବାକୁ ମିଳେ।ତେବେ ଏଠାରେ ସୂଚନା ଯୋଗ୍ୟ ଗତ ଦିନ କେଇଟାରେ ଗଣେଶ ପୂଜା ଏହି ଟିସ୍କୋ ଖେଳ ପଡ଼ିଆରେ ସ୍ଥାନୀୟ ଯୁବ କମିଟି ସୂଚାର ରୂପେ ପାଳନ କରିଥିବା ବେଳେ ପୁଣି ଦିନ କେଇଟାରେ ମା ଦଶଭୂଜା ଦୁର୍ଗାଙ୍କ ମେଢ଼ ପ୍ରସ୍ତୁତ କରି,ମାଙ୍କ ବିରାଟକାୟ ମୂର୍ମୟୀ ମୂର୍ତ୍ତି ର ସ୍ଥାପନ ହୋଇବା ସହ ଦୈନଦିନ ସମସ୍ତ ନିତିକାନ୍ତ ସୁଚାର ରୂପରେ ସମାପନ କରିବା ଏବେ ଖଣି ସହର ଯୋଡ଼ାରେ ଉକ୍ତ ଯୁବ କମିଟି ପ୍ରଶଂସା ସାଉଁଟିବାରେ ଲାଗିଛି।ତେବେ ଦେଖିବାକୁ ଗଲେ କିଛି ଦିନ ତଳେ ସାରିଥିବା ଗଣେଶ ପୂଜା ଅବସରରେ ଏହି ସ୍ଥାନରେ ବହୁ ଦୋଳି,ଝୁଲା,ମିନାବଜାର,ଖାଦ୍ୟ/ଥଣ୍ଡା ପାନୀୟ ଦୋକାନ ଏବଂ ବଜାର ବ୍ୟବସାୟୀଙ୍କୁ କମିଟି ନାନାଦି ସୁବିଧା ଦେଇଥିବାରୁ ବେସ ଖୁସି ଥିବାର ଜାଣିବାକୁ ମିଳେ।ଏପରିକି କମିଟି ରାତ୍ରୀ ଯାପନ ନିମନ୍ତେ ସୁବିଧା କରେଇ ଦେବା ସହ ଗାଧେଇବା ଓ ପାଣିର ସୁବିଧା ଦେଇଥିବାରୁ ମୀନା ବଜାର ବ୍ୟବସାୟୀ ଆଗାମୀ ଦିନରେ ଏହି ସ୍ଥାନରେ ମୀନା ବଜାର ଧରି ଆଗାମୀ ବର୍ଷ ପୂଜା ଅବସରରେ ଆସିବାର ଖବର ଦେଇ ଧନ୍ୟବାଦ ଦିଅନ୍ତି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଶୁଭ ଉଦଘାଟିତ 

masiha

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ: ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଓ ଅଭିଭାବକ

Sunil Chandra Nayak

ଜୁନାପାଣିର ମଶାଣିରେ ମୋତିଗାଁ ର ଲୋକ ହଳକରିବା ଘଟଣାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!