ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଠାରେ ଚବିଶ ପ୍ରହର ନାମ ଯଜ୍ଞର ଶୁଭଖମ୍ବ ସ୍ଥାପନ

ନର୍ଲା(ମ.ପ୍ର) ଶ୍ରୀ ବଳଭଦ୍ରେଶ୍ୱର ମନ୍ଦିର କମିଟି ନର୍ଲା ପକ୍ଷରୁ ଏକ ନାମ ଯଜ୍ଞର ଶୁଭଖମ୍ବ ସ୍ଥାପନ କରାଯାଇଛି। ଆସନ୍ତା ଏପ୍ରିଲ ୧୭ ତାରିଖ ଦିନ ଠାରୁ ୨୦ ତାରିଖ ପୂର୍ଣ୍ଣାହୁତି ଯାଏଁ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଥିପାଇଁ ଆଜି ସକାଳ ୭ଟା ୧୫ମି.ରେ ପୁରୋହିତଙ୍କ ମନ୍ତ୍ରପାଠ ସହ କର୍ତ୍ତା ପରମା ଭଞ୍ଜଙ୍କ ଦ୍ଵାରା ଶୁଭଖମ୍ବ ସ୍ଥାପନ କରାଯାଇଥିଲା। ଆସନ୍ତା ୧୬ ତାରିଖ ଦିନ ଅଧିବାସ ଓ କଳସଯାତ୍ରା କାର୍ଯ୍ୟକ୍ରମ ରହିଛି। ଏହି ନାମ ଯଜ୍ଞରେ ୧୧ ଗୋଟି ସଂକିର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିବା ପାଇଁ ସ୍ଥିର ହୋଇଛି। କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରୁ ବିଭିନ୍ନ ସଂକିର୍ତ୍ତନ ଦଳ ଗୁଡିକ ଯୋଗଦାନ କରିବେ ବୋଲି ମନ୍ଦିର କମିଟି ଜଣାଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କୋଟି ଯୁହାରେ

ଵାରହା ମାଂସ ଜବତ: ୪ ଜଣ ଅଟକ,୨ ଫେରାର

Sunil Chandra Nayak

କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର ଏସୋସିଏସନ ର ବୈଠକ ଓ କର୍ମକର୍ତ୍ତା ମନୋନୟନ

Sunil Chandra Nayak

Leave a Comment

error: Content is protected !!