ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

ପୋଖରୀ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

ଡାବୁଗାଁ, ୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ମାଳିଗୁଡା ଗ୍ରାମ ନିକଟରେ ନିଜ ଜମିରେ ଥିବା ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଗୁରୁବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ମାଳିଗୁଡା ଗ୍ରାମର ଦିନୁ ପାଇକ (୬୦) ବୁଧବାର ସକାଳୁ ନିଜ ଘରୁ ବାହାରି ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ | ବହୁ ଖୋଜା ଖୋଜି କରିବା ପରେ ଗୁରୁବାର ସକାଳ ସମୟରେ ମୃତ ଦିନୁ ପିନ୍ଧି ଥିବା ଟି-ସାର୍ଟ ଓ ଗାମୁଛା ନିଜ ଜମିରେ ଥିବା ପୋଖରୀ ହୁଡାରେ ରହିଥିବା ଦେଖିବାକୁ ମିଳିଥିଲା | ଏଥିରେ ଜାଣିବାକୁ ପାଇଥିଲେ ଯେ ମୃତ ଦିନୁ ପୋଖରୀରେ ଗାଧୋଇବା ବେଳେ ଗୋଡ ଖସିଯାଇ ପାଣିରେ ବୁଡିଯାଇଛନ୍ତି | ଏନେଇ ମୃତକ ଙ୍କ ପୁଅ ମାନସାଏ ପାଇକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ ଓ ଅଗ୍ନିସମ କେନ୍ଦ୍ରରେ ସୂଚନା ଦେଇଥିଲେ | ପରେ ଅଗ୍ନିସମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରୁ ବୃଦ୍ଧଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୪/୯.୧୧.୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର ଆସନ୍ତା ୩୦ ରେ ……

masiha

ଆଲମଣ୍ଡା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ମହା ସମାରୋହରେ ପାଳିତ

ପିକଅପ ଭ୍ୟାନ ଓଲଟିଲା… ତିନି ଶ୍ରମିକ ମୃତ ସୂଚନା,୨୫ ଶ୍ରମିକ ଗୁରୁତର

masiha

Leave a Comment

error: Content is protected !!