ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍‌ ମୃତ

ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍‌ ମୃତ

କନ୍ଧମାଳ:ତା,୧୩/୧୧/୨୩:(ମନିସ): ରବିବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ତେଲିମୁଣ୍ଡାଠାରେ ଏକ ଅଟୋ ରିକ୍ସା ବ୍ରିଜର ୨୦ଫୁଟ ତଳକୁ ଖସି ପଡିଛି। ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲାରପଡା ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ। ସୂଚନା ଅନୁଯାୟୀ, ସିଦ୍ଧାନ୍ତ ରବିବାର ନିଜ ଅଟୋରେ କିଛି ଲୋକଙ୍କୁ ନେଇ ଦୀପାବଳି ଯାତ୍ରା ଦେଖ‌ିବା ପାଇଁ ନୂଆପଦର ଯାଇ ଘରକୁ ଫେରି ନଥିଲେ। ସୋମବାର ସକାଳୁ ବନ୍ଧଗଡ଼ ନିକଟ ତେଲିମୁଣ୍ଡା ବ୍ରିଜ ତଳେ ପାଣି ଭିତରେ ଏକ ଅଟୋ ବୁଡ଼ି ରହିଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ପାଣିରୁ ଅଟୋ ରିକ୍ସା ବାହାର କରିବା ପରେ ଗାଡି ଭିତରୁ ସିଦ୍ଧାନ୍ତଙ୍କ ମୃତଦେହ ଉଦ୍ଧାର କରିଛି । ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସିଦ୍ଧାନ୍ତ ଫିରିଙ୍ଗିଆ କଲେଜରେ ଅଧ୍ୟୟନ କରିବା ସହ ମାସେ ତଳେ ଅଟୋ ରିକ୍ସା କିଣି ନିଜେ ଚଳାଉଥିଲେ ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ସିଦ୍ଧାନ୍ତଙ୍କ ଅଟୋଟି ବ୍ରିଜ ତଳକୁ ଖସିଲା ଓ କିଭଳି ଭାବେ ତାଙ୍କର ମୃତ୍ୟ ଘଟିଲା ତାହାର ଅଧିକ ତଦନ୍ତ ଫିରିଙ୍ଗିଆ ପୋଲିସ ଆରମ୍ଭ କରିଛି। ଏହି ସ୍ଥାନରେ ହିଁ ଗତ ମାସରେ ଫୁଲବାଣୀ ବଡ ମେଡିକାଲ ର ମହାପ୍ରୟାଣ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲ ତଳକୁ ଖସିପଡିଥିଲା। ଏଠାରେ ଗତ ଏକ ମାସ ମଧ୍ୟରେ ୬ଟି ଦୁର୍ଘଟଣା ଘଟିଥ‌ିବା ସ୍ଥାନୀୟ ଲୋକେ କହିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜନ ବିରିଧି କାର୍ଯ୍ୟକୁ ନିନ୍ଦା କରି ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର 

masiha

The only one Jobra Anicut Bridge belonging to the people of 42 Mouza and Cuttack city will be destroyed! Claim for immediate construction of two bridges and repair of old bridge.

masiha

ରାୟଗଡ଼ା ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!