ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ 

ଚାଷୀ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ 

ଡାବୁଗାଁ, ୧୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ସଭାଗୃହରେ ନବରଙ୍ଗପୁର ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ମାଧ୍ୟମରେ ଚାଷୀ ମାନନକୁ ମକା ଓ ପନିପରିବା ବିହନ ମାଗଣାରେ ପ୍ରଦାନ କରାଯାଇଛି | ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଷୀ ମାନଙ୍କୁ ବିହନ ବଣ୍ଟନ କରାଯାଇଛି | ଏଥିରେ ମେଦନା ପଞ୍ଚାୟତର ୪ ଟି ଗ୍ରାମର ଚାଷୀ ମାନଙ୍କୁ ବିହନ ବଣ୍ଟନ କରାଯାଇଛି | ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ସରପଞ୍ଚ ସୁମିତ୍ରା ମାଝି, ଆଇଟିଡିଏ ପ୍ରୋଜେକ୍ଟ ମ୍ୟାନେଜର ଗୋବିନ୍ଦ ସିଂ, ପୁଷ୍ପାଞ୍ଜଳି ସିକ, ସୁଶୀଲ ମେହେର, ଅଞ୍ଜନ କୁମାର ସାମଲ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଳା ସଂଗ୍ରହାଳୟ ପରିଦର୍ଶନ

Sunil Chandra Nayak

ଗୋଲାମୁଣ୍ଡାରେ ବ୍ଲକ ସ୍ତରୀୟ ଆସ୍ପିରେସନାଲ ଚୌପାଲ କାର୍ଯ୍ୟକ୍ରମ ଅନୁଷ୍ଠିତ: ୧୭୪ କାରିଗର ସାମିଲ

Sunil Chandra Nayak

ଭୂମିକମ୍ପର ଝଟକାରେ ଥରିଲା କଳାହାଣ୍ଡି  ରିକ୍ଟର ସ୍କେଲରେ ତୀବ୍ରତା ୪.୧

Sunil Chandra Nayak

Leave a Comment

error: Content is protected !!