ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ 

ରାଉରକେଲା/ ସମାଜସେବୀ ସଂଗଠନ ସୁହୃଦ ସେବା ସଂଘ ଆଜି ସେକ୍ଟର ୭ ସ୍ଥିତ ଚିନ୍ମୟ ମିଶନ ଠାରେ ତାହାର ରୌପ୍ୟ ଜୟନ୍ତୀ ପାଳନ କରିଛି । ଏଥିରେ ମୁଖ୍ୟବକ୍ତା ସ୍ୱାମୀ ନିର୍ଲିତ୍ପ।ନନ୍ଦ ସରସ୍ୱତୀ, ମୁଖ୍ୟ ଅତିଥି ଆଇଜିଏଚ ର ନିର୍ଦ୍ଦେଶକ ଡାକ୍ତର.ବିରଞ୍ଚି କୁମାର ହୋତା ଓ ସମ୍ମାନନୀୟ ଅତିଥି ଭାବେ ସିଜିଏମ ପ୍ରତାପ କୁମାର ସ୍ୱାଇଁ ଯୋଗଦେଇ ନିଜ ନିଜର ବକ୍ତ୍ୟବ ରଖିବା ସହିତ ସୁହୃଦ ସେବାସଙ୍ଘ ର କାର୍ଯ୍ୟ କୁ ଭୁରି ଭୂରି ପ୍ରଶଂଶା କରିଥିଲେ । ଏହି ଅବସରରେ ରାଉରକେଲା ରେ ଥିବା ୨୦ଟି ବିଭିନ୍ନ ଆଧ୍ୟାତ୍ମିକ ଓ ସାମାଜିକ ଅନୁଷ୍ଠାନ ଯଥା ଗାୟତ୍ରୀ ପରିବାର, ଶ୍ରୁତିନ୍ୟାସ, ଦିବ୍ୟଜୀବନ ସଙ୍ଘ, ଆର୍ଟ ଅଫ ଲିଭିଂ,ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ପତଞ୍ଜଳି ଯୋଗ, ଠାକୁର ଅନୁକୂଳ ଚନ୍ଦ୍ର,ଗୋମାତା ସେବାସଙ୍ଘ, ମାରୱଡ଼ି ସେବା ସଦନ,ଶ୍ରୀ ଅରବିନ୍ଦ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ,ଆର୍ଯ୍ୟ ସମାଜ, ରାମକୃଷ୍ଣ ମିଶନ, କୃପାଳୁଜୀ ମହାରାଜ ପରିଷଦ,ସତ୍ୟସାଇ ସେବା ଅନୁଷ୍ଠାନ, କ୍ରିୟାଯୋଗ ଧ୍ୟାନକେନ୍ଦ୍ର, ଇସ୍କନ ଇତ୍ୟାଦି ର ସଦସ୍ୟ ଓ ସଦସ୍ୟା ଙ୍କୁ ନେଇ ଏକ ଆଲୋଚନା ଚକ୍ର ଓ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସେ ସମସ୍ତ ଅନୁଷ୍ଠାନକୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ତାହା ସହିତ ରାଉରକେଲା ରେ ବ୍ୟକ୍ତି ବିଶେଷ ବା ନିରବଚ୍ଛିନ୍ନ ଭାବେ ସେବାକାର୍ଯ୍ୟ କରିଆସୁଥିବା ୧୦ ଜଣ ଓ ଅନ୍ୟ କିଛି ବ୍ୟକ୍ତି ଙ୍କୁ ଚିହ୍ନଟ କରାଯାଇ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ନୃସିଂହ ପାଣିଗ୍ରାହୀଙ୍କ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ତାପସ କୁମାର ସାହୁ ଙ୍କ ପ୍ରଚେଷ୍ଟାରେ ସୁହୃଦ ସେବାସଙ୍ଘ ର ୨୫ବର୍ଷ ର ପୁରୁଣା ସେବା କାର୍ଯ୍ୟକ୍ରମର ଫଟୋ ଓ ଭିଡ଼ିଓ କୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସୁହୃଦ ସେବାସଙ୍ଘ ର ସଭାପତି ଡଃ ପି କେ ସାହୁ, ସମ୍ପାଦକ ନୀଳମାଧବ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସର୍ବଶ୍ରୀ ଯୋଗେନ୍ଦ୍ର ମହାରଣା, ଭାସ୍କର ଖାଡେଙ୍ଗା, ସୁକାନ୍ତ ଶତପଥୀ, ସନ୍ତୋଷ ରାଉତ,ଅଜିତ କୁମାର ପୃଷ୍ଟି , ବସନ୍ତ କୁମାର ବରାଡ଼ , ପ୍ରଶାନ୍ତ କୁମାର ମଜୁମଦାର, କବିରାଜ ସେଠି, ମଥୁରା ସେଠୀ, ଦୁର୍ଗା ପ୍ରସାଦ ସାହୁ, ସୁବାଷ ପାଢ଼ୀ, ବବୃବାହାନ ଦଳାଇ, ରବୀନ୍ଦ୍ର ବିଷୋୟୀ, କୀର୍ତ୍ତିମାନ ସାମନ୍ତରାୟ, ତ୍ରିଲୋଚନ ମହାରଣା, ଅଭିରାମ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାଳିଙ୍ଗରେ ବଜ୍ରପାତ : ମହିଳା ଗୁରୁତର

Sunil Chandra Nayak

ସାମ୍ବିଧାନିକ ଓ ମାନବିକ ଅଧିକାର ପ୍ରାପ୍ତି ନିମନ୍ତେ ଓଡ଼ପଡ଼ା ବ୍ଲକ୍ ଠାରୁ ହିନ୍ଦୋଳ ବ୍ଲକ୍ ଯାଏଁ ବାଇକ୍ ରାଲି ଓ ଜନ ସମାବେଶ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ ରେ ପାଳିତ

Sunil Chandra Nayak

Leave a Comment

error: Content is protected !!