ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼: ବଡଘୁମର ଠାରେ ନୂତନ ପେକ୍ସ ଓ ମଣ୍ଡି ଉଦଘାଟିତ 

ଧର୍ମଗଡ଼: ବଡଘୁମର ଠାରେ ନୂତନ ପେକ୍ସ ଓ ମଣ୍ଡି ଉଦଘାଟିତ 

ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡଘୁମର ଠାରେ ଏକ ନୂତନ ପେକ୍ସ ଓ ମଣ୍ଡି ଆଜି ଉଦଘାଟିତ ହୋଇ ଯାଇଛି । ପେକ୍ସ୍ ସଭାପତି ହୃଷୀକେଶ ଗୋପାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ମଣ୍ଡି ଓ ପେକ୍ସ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ । ବଡଘୁମର ଠାରେ ନୂତନ ପେକ୍ସ ଓ ମଣ୍ଡି ଖୋଲିବା ଦ୍ବାରା ବଡଘୁମର, ଖୁଟୁଲୁ ଗୁଡା ଏବଂ ଅଁଳାଯୋର ଗ୍ରାମ ର ଶତାଧିକ ଚାଷୀ ଉପକୃତ ହେବେ । 

ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ବଡ଼ ଘୁମର ସରପଞ୍ଚ ଜନ୍ମେଜୟ ଗୋପାଲ, ବ୍ୟାଙ୍କ ପରିଚାଳନା କମିଟି ନିର୍ଦ୍ଦେଶକ ଟିକମନ ବାରିକ, ଗୌନ୍ତିଆ ଲକ୍ଷ୍ମୀକାନ୍ତ ଗୋପାଲ, ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପେକ୍ସ ସମ୍ପାଦକ ହେମନ୍ତ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଧୀର ରଞ୍ଜନ ଗୋପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜୁନାଗଡ଼ ମହୋତ୍ସବ ରେ ସାମିଲ ହେଲେ ପଞ୍ଚାୟତ ପ୍ରତିନିଧି

masiha

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

ବ୍ରାହ୍ମଣ ଛେଣ୍ଡିଆ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୪” 

masiha

Leave a Comment

error: Content is protected !!