ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ନେଇ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁରରେ ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ନେଇ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ- ୫/୦୨ ( ମସିହା) ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବା ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ସଭାପତିତ୍ବରେ ଏକ ପ୍ରଶାସନିକ ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ରାଇରଙ୍ଗପୁର ଏବଂ ସଆରସକଣଆ ନିର୍ବାଚନ ମଣ୍ଡଳୀର ସମସ୍ତ ବିଡ଼ିଓ, ତହସିଲଦାର, ଆଇଆଇସି,ଓଆଇସି ଯୋଗ ଦେଇଥିଲେ । ଏଥିରେ ଆସନ୍ତା ନିର୍ବାଚନରେ ସମ୍ବେଦନଶୀଳ ଵୁଥ ଚିହ୍ନଟକରଣ,ତାହାକୁ ସିସିଟିଭି ସର୍ଭେଲାନ୍ସ ଭିତରେ ରଖିବା, ପୋଲିଂ ପାର୍ଟି ମାନେ କିଭଳି ବୁଥ ପାଖରେ ସହଜରେ ଓ ନିରାପଦରେ ପହଞ୍ଚି ପାରିବେ ତାହାକୁ ନେଇ ରୁଟ ଚାର୍ଟ କରିବା,,ଯୁବ ଭୋଟର ମାନଙ୍କୁ ଅଧିକରୁ ଅଧିକ ଭୋଟର ତାଲିକାରେ ଯୋଡିବା,ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବା ସହ ଭୋଟର ମାନେ ଘରେ ଥାଇ ପୋଷ୍ଟାଲ ଭୋଟ ପ୍ରଦାନ କରି ପାରିବେ ଇତ୍ୟାଦି ଉପରେ ଆଲୋଚନା କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ଅଗ୍ନିଗାଙ୍ଗାମାଙ୍କ ଯାତ୍ରା ସମାପ୍ତ 

masiha

କୋକସରା ଓ ଆମପାଣି ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଡୋକରିଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!