ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରିୟ ନିଯୁକ୍ତି ମେଳା ଅନୁଷ୍ଠିତ

ଜିଲ୍ଲା ସ୍ତରିୟ ନିଯୁକ୍ତି ମେଳା ଅନୁଷ୍ଠିତ

କାମାକ୍ଷାନଗର (ମନିସ )11/3/24 // ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ଅନୁକୂଲ୍ୟରେ ତା: ୧୦.୦୩.୨୦୨୪ ରିଖ ରବିବାର ଦିନ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡ଼ିଅମ ଠାରେ ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଏବଂ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଏହି ମେଳାରେ ୩୦ ଗୋଟି ନିଯୁକ୍ତିଦାତା, ୯ ଟି ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରି ସଂସ୍ଥା ଓ ୩ ଟି ବୈଷୟିକ ଶିକ୍ଷାନୁଷ୍ଠାନ ଯୋଗ ଦେଇଥିଲେ | ଢେଙ୍କାନାଳ ଜିଲ୍ଲାର ୮ ଟି ବ୍ଲକରୁ ପ୍ରାୟ ୧୧୩୪ ଜଣ ପ୍ରାର୍ଥୀ ନାମ ପଞ୍ଜିକରଣ କରିଥିଲେ ଓ ସେଥି ମଧ୍ୟରୁ ୭୪୮ ଜଣ ପ୍ରାର୍ଥୀ ବିଭିନ୍ନ ସଂସ୍ଥା ଦ୍ୱାରା ମନୋନୀତ ହୋଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ନାଏକ, ପୌର ପରିଷଦ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ସାହୁ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ କେ ରୋଜା ଦୋରା, କାମାକ୍ଷାନଗର ବିଡ଼ିଓ ଶ୍ରୀ ଅଭିନାଶ ପାଣ୍ଡିଆ, କାମାକ୍ଷାନଗର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜତୀନ୍ଦ୍ର କୁମାର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ | ଉକ୍ତ ମେଳାଟି ଢେଙ୍କାନାଳ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ, କାମାକ୍ଷାନଗର ଦ୍ୱାରା ପରିଚାଳିତ କରାଯାଇଥିଲା |

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ  ,ଗ୍ରାମାଞ୍ଚଳ ଜଳ ସେଚନ ଓ ଅନ୍ୟାନ୍ୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ 

ପିଆରଏମ ମେଡ଼ିକାଲକଲେଜରେ ବିଭିନ୍ନ କର୍ମଚାରୀ ଏବଂ ଛାତ୍ର ସଂଘ ତରଫରୁ ୧୦୨ ୟୂନିଟ ରକ୍ତ ସଂଗ୍ରହ

Sunil Chandra Nayak

ମହିଳା ମହାବିଦ୍ୟାଳୟ,ଢେଙ୍କାନାଳରେ ଦିଗ୍ ବିଜୟ ଦିବସରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖାର ପ୍ରଥମ ଉଦ୍ ବୋଧନୀ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ   

Sunil Chandra Nayak

Leave a Comment

error: Content is protected !!