ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଫୁଲ ଫୁଟା ଫଗୁଣ

ଫୁଲ ଫୁଟା ଫଗୁଣ

 

ଚୁଆ ଚନ୍ଦନର ଚଇତାଳି ତମେ

  ଝରା ବଉଳର ବାସ

କୃଷ୍ଣଚୁଡାର କମ୍ର ଅଧରରେ

  ମୋନାଲିସାର ହସ

  ଋତୁରେ ଫଗୁଣ ମାସ

ମଧୁମଳୟର ମୃଦୁ ହିଲ୍ଳୋଳରେ

  କନକଚମ୍ପାର ରାସ ।

ପଦ୍ମପଳାଶର ପାଖୁଡାରେ ତମେ

  ରଂଗ ଅବିରର ରେଣୁ

ରକ୍ତ କରବୀର ଲଲାଟ ସିନ୍ଦୁର

  ଗୋଧୂଳୀସଂଧ୍ୟାର ବେଣୁ

   ବୄନ୍ଦାବନ କୁଞ୍ଜ ରାଇ

ରଙ୍ଗ ଅବିରର ବର୍ଣ୍ଣାଳୀ ଭିତରେ

    ଉଜାଣି ଯମୁନା ନଈ ।

ମନହଂସପୁର ବନପିକ ତମେ

 ତନ୍ମୟ ବୀଣାର ସୁର

ହଳଦୀବସନ୍ତ ଛାତିରେ ଲାଗିଛି

 କାହା ପିଚକାରୀ ଧାର

 ରଂଗ ଅବିରକୁ ଗୋଳି

ଆନମନା ତମ ଅନନ୍ୟା ତନୁରେ

  ରଂଗ କେ ଦେଇଛି ବୋଳି ।

ଜୋଛନାନିଆଁରେ ଜଳୁଛି ତମର

  ଜଉମୁଦ ଦିଆ ଚିଠି

ଫଗୁଣ ଢ଼ାଳୁଛି ପ୍ରଣୟ ତଇଳ

  ରହିପାରୁନି ମୁଁ ଏଠି

ଅମାନିଆ ରଂଗ ହୋଲି

ଲାଜ ସରମକୁ ଛଡେଇ ନେଇଛି 

   ବସନ୍ତ ଆସୁଛି ବୋଲି ।

କାଙ୍ଗାଳୀ ଚରଣ ସେଠୀ

ଯାଜପୁର

 

Related posts

ଡିହସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡରେ ସହକାରୀ ଶିକ୍ଷୟତ୍ରୀ ଆହତ, ଘଷିପୁରା ଥାନାରେ ମାମଲା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ

ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନର ପୂର୍ଣ୍ଣାଙ୍ଗ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!