ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଫୁଲ ଫୁଟା ଫଗୁଣ

ଫୁଲ ଫୁଟା ଫଗୁଣ

 

ଚୁଆ ଚନ୍ଦନର ଚଇତାଳି ତମେ

  ଝରା ବଉଳର ବାସ

କୃଷ୍ଣଚୁଡାର କମ୍ର ଅଧରରେ

  ମୋନାଲିସାର ହସ

  ଋତୁରେ ଫଗୁଣ ମାସ

ମଧୁମଳୟର ମୃଦୁ ହିଲ୍ଳୋଳରେ

  କନକଚମ୍ପାର ରାସ ।

ପଦ୍ମପଳାଶର ପାଖୁଡାରେ ତମେ

  ରଂଗ ଅବିରର ରେଣୁ

ରକ୍ତ କରବୀର ଲଲାଟ ସିନ୍ଦୁର

  ଗୋଧୂଳୀସଂଧ୍ୟାର ବେଣୁ

   ବୄନ୍ଦାବନ କୁଞ୍ଜ ରାଇ

ରଙ୍ଗ ଅବିରର ବର୍ଣ୍ଣାଳୀ ଭିତରେ

    ଉଜାଣି ଯମୁନା ନଈ ।

ମନହଂସପୁର ବନପିକ ତମେ

 ତନ୍ମୟ ବୀଣାର ସୁର

ହଳଦୀବସନ୍ତ ଛାତିରେ ଲାଗିଛି

 କାହା ପିଚକାରୀ ଧାର

 ରଂଗ ଅବିରକୁ ଗୋଳି

ଆନମନା ତମ ଅନନ୍ୟା ତନୁରେ

  ରଂଗ କେ ଦେଇଛି ବୋଳି ।

ଜୋଛନାନିଆଁରେ ଜଳୁଛି ତମର

  ଜଉମୁଦ ଦିଆ ଚିଠି

ଫଗୁଣ ଢ଼ାଳୁଛି ପ୍ରଣୟ ତଇଳ

  ରହିପାରୁନି ମୁଁ ଏଠି

ଅମାନିଆ ରଂଗ ହୋଲି

ଲାଜ ସରମକୁ ଛଡେଇ ନେଇଛି 

   ବସନ୍ତ ଆସୁଛି ବୋଲି ।

କାଙ୍ଗାଳୀ ଚରଣ ସେଠୀ

ଯାଜପୁର

 

Related posts

ରୁପ୍ରା ରୋଡ ରେ ଅଗ୍ରେସନ ଜୟନ୍ତୀ ପାଳିତ

Sunil Chandra Nayak

ରଙ୍ଗାପାରୁ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଶିଥିଳତା କୁ ନେଇ ଭାରତୀୟ ଯୁବମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ  

Sunil Chandra Nayak

ମ.ରାମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ଶୋଭାଯାତ୍ରା ଓ ଗଣଧାରଣା

Sunil Chandra Nayak

Leave a Comment

error: Content is protected !!