ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

ରାଉରକେଲା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଆର୍ଥଲେଟିକ ଆସୋସିଏସ, ସାଇକିଲିଙ୍ଗ ର ମିଳିତ ଆନୁକୂଲ୍ୟରେ ଆଜି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗ୍ଲୋବାଲ ୱାର୍ମିଙ୍ଗ ଓ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ନେଇ ଅନୁଷ୍ଠିତ ଶୋଭାଯାତ୍ରା ରେ ଶତାଧିକ ଯୁବ ବର୍ଗ ଭାଗ ନେଇଥିଲେ l ଏସ.ପି.ସି.ବି ର ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସବୁଜ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ l ଉଦିତ ନଗର ଷ୍ଟାଡିଅମ ସମ୍ମୁଖରୁ ସାଇକେଲ ଶୋଭାଯାତ୍ରା ବାହାରି ଡି ଏ ଭି ଛକ, ଛେଣ୍ଡ, ଏରୋଡ୍ରମ ଛକ, ସେକ୍ଟର – ୯ ଛକ ହୋଇ ସେକ୍ଟର – ୭ ଛକ ନିକଟ ରାଏମା କ୍ଲବ ଠାରେ ସମାପ୍ତ ହୋଇଥିଲା l ଏହି ଅବସରରେ ମିଶନ ଲାଇଫ ର ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱ ବାଇସାଇକେଲ ଦିବସ ଅବସରରେ ଶପଥ ପାଠ କରାଯାଇଥିଲା l ଏଥିରେ ଜଣେ ନଅ ବର୍ଷ ର ବାଳକ ତାଙ୍କ ପିତାଙ୍କ ସହ ଯୋଗ ଦେଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇଥିଲେ l ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଡି ଏ ଏ ର ଉପ ସଭାପତି ରାଧା ମୋହନ ନାୟକ, ରାଏମା ର ସଭାପତି ତଥା ଆର.ଏସ.ପି ର (ଜି.ଏମ) ଏସ. କେ. ଭୂୟାଁ, ଏସପିସିବି ର ଉପ ପରିବେଶ ଯନ୍ତ୍ରୀ ରମଣୀ ରଞ୍ଜନ ଦାସ, ଚନ୍ଦ୍ରଶେଖର ଚୈ।ହ୍ୱାନ, ରଜତ କୁମାର ସେଠି, ସହକାରୀ ପାଇବେଶ ଯନ୍ତ୍ରୀ ସୌମ୍ୟ ରଞ୍ଜନଙ୍କ ସମେତ ଅନ୍ୟ କର୍ମଚାରୀବୃନ୍ଦ, ଜିଲ୍ଲା ସାଇକିଲିଙ୍ଗ ଆସୋସିଏସନ ର ସାଧାରଣ ସମ୍ପାଦକ ଗୋପୀନାଥ ପଣ୍ଡା, ଆରତୀ ଚୌଧୁରୀ, ୱାଇ ଏମ ଏଫ ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ସେକ୍ରେଟାରୀ ବକ୍ସଙ୍ଗି ଅରବିନ୍ଦ ପାତ୍ର, ଭାର ଉତ୍ତୋଳନ ର ଜିଲ୍ଲା ସମ୍ପାଦକ ବାସୁଦେବ ବାନାର୍ଜୀ, ରବୀନ୍ଦ୍ର ଗଣ୍ଡ, ସୁରେନ୍ଦ୍ର ପାଲ, ଗୀତା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ l ଶୋଭାଯାତ୍ରା ସମୟରେ ପୋଲିସ ଉପସ୍ଥିତ ରହି ସୁଚାରୁ ଭାବେ ଟ୍ରାଫିକ ପରିଚାଳନା କରିଥିଲେ l ଏଥି ପାଇଁ ଜିଲ୍ଲାପାଳ ଓ ରାଉରକେଲା ଏସ.ପି ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁର୍ଗମ ଅଞ୍ଚଳ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା /ଆଦିବାସୀ ନୃତ୍ୟରେ ଦୁଲୁକିଲା ଚଢ଼େଇପାହାଡି ସ୍ପୋର୍ଟ ପଡିଆ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ପୋଷ ଅଧିନିୟମ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

masiha

Leave a Comment

error: Content is protected !!