ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ଵର,୧୦/୬/୨୪- ପୁରାତନ ଛାତ୍ର ସଂସଦର ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ସ୍ଥିତ ଦର୍ଶନ ପ୍ରସାଦ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଆସନ୍ତା ତା ୧୫/୬/୨୪ ରିଖ ରଜ ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଅତିଥି ମାନଙ୍କୁ ଆମନ୍ତ୍ରଣ ଓ ୨ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ଆଲୋଚନାରେ ପରିଷଦର ସଭାପତି କବି ମାୟାଧର ନାୟକ, ସମ୍ପାଦକ ବିଶ୍ବନାଥ ପୃଷ୍ଟି, ଅର୍ଜୁନ ଚରଣ ମଣ୍ଡଳ, ରାଧାରଞ୍ଜନ ଦାସ, ନିର୍ମଳ କୁମାର ପଣ୍ଡା, ନନ୍ଦକିଶୋର ପୃଷ୍ଟି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବୈଠକ ତରଫରୁ ପୁରାତନ ଛାତ୍ର ପରିଷଦ ସଦସ୍ୟ ମାନଙ୍କୁ ପୂର୍ଣ୍ଣ ସହଯୋଗ ପାଇଁ ନିବେଦନ କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତୁଳାପଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆୟୋଜିତ

Sunil Chandra Nayak

୪୨ମୌଜା ପ୍ରତିଭା ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ

ଶ୍ରମିକ ନେତା କାହ୍ନୁଚରଣ ସୂତାର ଙ୍କ ବିୟୋଗରେ ସି ଆଇ ଟି ୟୁ ର ଶୋକ 

Sunil Chandra Nayak

Leave a Comment

error: Content is protected !!