ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା – କେତେ ଭାଗ୍ୟବାନ ମୁଁ

କେଡେ ଭାଗ୍ୟବାନ ମୁଁ

ତୃପ୍ତିରାଣୀ ପାତ୍ର

 

କେଡେ ଭାଗ୍ୟବାନ ସଜୀବେ ବଳିଷ୍ଠ 

ଦେଇଛ ନର ଜନମ

ସର୍ବ ଜୀବ ମଧ୍ୟେ କରିଲ ଯେ ଶ୍ରେଷ୍ଠ 

ଅପାର ମହିମା ତୁମ ।

 

ରକ୍ତମାଂସ ଧାରୀ ମାନବ ଜୀବନ 

ଖଞିଛ ଦୁଇ ନୟନ 

ସେ ଆଖିରେ ଦେଖେ ସୃଷ୍ଟି ଅନୁପମ 

ଦେଖେ ସଭିଙ୍କ ବଦନ ।

 

ଦେଇଅଛ ଦୁଇକାନ ଆହେ ପ୍ରଭୁ 

ଶୁଣିବାକୁ ମଧୁ ଭାଷା 

ପଶୁପକ୍ଷୀ ଆଉ ନର ଭାବ ସବୁ

ଶୁଣିଥାଏ ମୁଁ ସହସା ।

 

ଧନ୍ୟବାଦ ପ୍ରଭୁ ଦେଇଛ ଜୀବନ 

ପିଣ୍ଡରେ ଦେଇଛ ପ୍ରାଣ 

ନିଶ୍ୱାସ ପ୍ରଶ୍ୱାସ ଶୁଦ୍ଧ ଅମ୍ଳଜାନ

କରୁଛି ନାକ ଗ୍ରହଣ ।

 

କେଡେ ଭାଗ୍ୟବାନ ମୁହିଁ ହେ ଈଶ୍ୱର 

ଖାଇ ପିଇ ବଞ୍ଚି ବଢେ

ଖାଦ୍ୟ ବସ୍ତ୍ର ବାସଗୃହ ପରିବାର 

ସବୁ ଦେଇଅଛ ମୋତେ ।

 

ସବୁତୁମ ଦୟା ଅନୁଗ୍ରହ ଦାନ 

କେକରି ପାରେ ବର୍ଣ୍ଣନ

କିଦେଇ ଶୁଝିବି ମୁଁ ଯେ ଦୀନଜନ

 କର ମୋ ପାପ ମାର୍ଜନ ।

 

କେଡେ ଭାଗ୍ୟବାନ ମୁହିଁ ହେ ଈଶ୍ୱର 

ତୁମେ ତ୍ରାଣକର୍ତ୍ତା ମୋର 

ପାପ ପଙ୍କିଳ ଏ ନର୍କ ଜୀବନର  

ଦୋଷ ମୋ ମାର୍ଜନା କର ।

 

ଭାଗ୍ୟବାନ ବୋଲି କରୁନାହିଁ ଗର୍ବ 

ତୁମେ ମୋ ସବୁରେ ସବୁ 

ଏଜୀବ ଜୀବନ ସଂସାର ବିଭବ

ଅରପିଲି ପଦେ ପ୍ରଭୁ ।

 

ସହଦେବଖୁଣ୍ଟା , ବାଲେଶ୍ଵର ।

Related posts

ଅବକାରୀ ବିଭାଗର ଚଢ଼ାଉ ,ବିପୁଳ ପରିମାଣ ର ଦେଶୀ ମଦ ଜବତ ସହ ଦୁଇ ଗିରଫ

Sunil Chandra Nayak

ଆଜି ଉତ୍କଳ ଗୌରବ ମଧୁ ବାବୁ ଙ୍କୁ ସ୍ମରଣ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ

Sunil Chandra Nayak

ସର୍ଟସାର୍କିଟ ଯୋଗୁଁ ନିଆଁ ଲାଗି ଘର ଜଳିଗଲା… ଅଲ୍ପକେ ବର୍ତ୍ତିଲେ ୭୫ ବର୍ଷିୟା ବିଧବା

Sunil Chandra Nayak

Leave a Comment

error: Content is protected !!