ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧା ଗାଁରେ ଶ୍ରୀରାମ ନବମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମ ଯଜ୍ଞ ଆୟୋଜିତ

ଟେମରି -: ( ମ ନି ସ) ଆଜି ସାରା ଓଡିଶା ରେ ପବିତ୍ର ଶ୍ରୀ ରାମ ନବମୀ ପର୍ବ ପାଳିତ ହୋଇଯାଇଛି l ଏହି ଦିନରେ କୌଶଲ୍ୟାନନ୍ଦନ ଶ୍ରୀ ରାମ ଚନ୍ଦ୍ର ଜନ୍ମଗ୍ରହଣ କରି ଜଣେ ପିତୃ ଭକ୍ତହୋଇ ଯୋଗୀ ବେଶରେ ବନଗମନ,ଜଣେ ଅଯୋଧ୍ୟା ରାଜା ରୂପରେ ସୁଶାସକ ପ୍ରଜା ବାତ୍ସଲରେ ଶ୍ରେଷ୍ଠ ପୁରୁଷ ଭାବରେ ମାନବ ସମାଜକୁ ଦିଗ ଦର୍ଶନ ଓ ପ୍ରେରଣା ଦେଇଥାନ୍ତି l ତେଣୁ ଏହି ଦିନକୁ ମନେ ରଖିବା ପାଇଁ ସାରା ଭାରତ ବର୍ଷରେ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଚୈତ୍ର ନବମୀକୁ ପବିତ୍ର ଶ୍ରୀ ରାମ ନବମୀ ଗଣ ପର୍ବ ରୂପେ ପାଳନ କରାଯାଏ l ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ଗ୍ରାମ ପଞ୍ଚାୟତର ବନ୍ଦାଗାଁ ଶ୍ରୀ ଶ୍ରୀ ଅଭିରାମ ପରମ ହଂସ ମନ୍ଦିର ପ୍ରାଙ୍ଗଣରେ ରାମ ନବମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମ ଯଜ୍ଞ ଆୟୋଜିତ ହୋଇ ଯାଇଛି l ଏଥିରେ ବନ୍ଦାଗାଁ ମାଆ ଭଉଣୀମାନଙ୍କୁ ନେଇ କଳସଯାତ୍ରା କରାଯାଇ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପୂଜାର୍ଚନା କରାଯାଇଛି l ନାମ ଯଜ୍ଞରେ ଶହ ଶହ ପରମହଂସ ଭକ୍ତ ଓ ବୈଷ୍ଣବ ଧର୍ମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି l ଏଥିରେ ତ୍ରି ବିକ୍ରମ ବଗର୍ତି ଓ ତାଙ୍କ ଧର୍ମ ପତ୍ନୀ ରୁକ୍ମଣୀ ବଗର୍ତି କର୍ତ୍ତା ଭାବରେ ନାମଯଜ୍ଞ କାର୍ଯ୍ୟ ତୁଲାଉ ଥିବାବେଳେ, ପୂଜକ ଭାବରେ ହରିଶଙ୍କର ପଣ୍ଡା ପାରମ୍ପରିକ ପୂଜା ବିଧି କାର୍ଯ୍ୟ କରିଛନ୍ତି l ପୁରୀ ଶାନ୍ତି ଧାମର କରମଳା ମଠର ବାବା ସଦାନନ୍ଦ ମହାରାଜ ଦାସ ଶ୍ରୀ ଶ୍ରୀ ଅଭିରାମ ପରମହଂସ ମନ୍ଦିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଅଭିରାମ ପରମହଂସ ମହାପ୍ରଭୁଙ୍କୁ ପୂଜା କରି ଏହି ଅଂଚଳବାସୀ ଭକ୍ତ ବୃନ୍ଦଙ୍କ ମଙ୍ଗଳ କାମନା ଓ ବିଶ୍ୱ ଶାନ୍ତି ପାଇଁ ପୂଜାର୍ଚ୍ଚନା କରିଛନ୍ତି l ଏଥିରେ ସଭାପତି ଦୁର୍ଗେଶ୍ୱର ସାହୁ, ସମ୍ପାଦକ ସତ୍ୟବଗର୍ତି , ଟିକଚନ୍ଦ୍ର ସା,ଶଶି ବଗର୍ତି,ମଦନ ବଗର୍ତି,ରାଜେଶ ଖାନସମା ତଥା ପରମହଂସ ଭକ୍ତ ବୃନ୍ଦ ଓ ବନ୍ଦାଗାଁ ଗ୍ରାମବାସୀ ସହଯୋଗ କରଥିଲେ l ଏହି ନାମ ଯଜ୍ଞରେ ଖୁଡୁ ପଡାର ଗୁରୁ ଲବଣି ଗୋପାଳ, ମସିଗାଁ (ଝିଅ ଦଳ )ର ରାହାସ ମାଝୀ, କାମ ଠଣା ର ଲକ୍ଷ୍ମୀକାନ୍ତ ବଗର୍ତି, ତିଳଜୋଡ ର କୃପାସିନ୍ଧୁ ବାଗ, ବାରଝୁଲାର ମନୋଜ ପ୍ରଧାନ ଆଦି ସଂକୀର୍ତନ ମଣ୍ଡଳୀ ହରେ କୃଷ୍ଣ ହରେ ରାମ ।

Related posts

କବିତା ଦାଶ ଙ୍କ କବିତା ଗୋଟିଏ ଅଳି 

Sunil Chandra Nayak

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

Sunil Chandra Nayak

Leave a Comment

error: Content is protected !!