ଓଡ଼ିଆ ସଂସ୍କୃତିରେ ବିଷୁବ
ସୁରେଶ ଚନ୍ଦ୍ର ପାଢୀ
ଆମ ଓଡିଶା ରେ ବାର ମାସରେ ତେର ଯାତ୍ରା ହୁଏ।ଓଡିଶାର ସଂସ୍କୃତି ଜଗନ୍ନାଥ ସଂସ୍କୃତି।ଆମ ଧର୍ମ ଓ ସଂସ୍କୃତି ଖୁବ ପବିତ୍ର ।ଶ୍ରୀ ମନ୍ଦିର ସହ ଆମ ସଂସ୍କୃତି ଜଡିତ।
ମହା ବିଷୁବ ସଂକ୍ରାନ୍ତି କୁ ପଣା ସଂକ୍ରାନ୍ତି ମଧ୍ୟ କୁହା ଯାଏ।ଏହି ପର୍ବ ପ୍ରତି ଓଡ଼ିଆ ବେଶ ଯାକ ଜମକ ରେ ପାଳନ କରନ୍ତି।ଏହି ଦିନ ମାଆ ଘାଟ ଗାଁ ତାରିଣୀ ଙ୍କର ଚକତି ଯାତ୍ରା ର ଉଦ୍ଜାପନ ହୋଇ ଥାଏ।ଘାଟ ଗାଁ ରେ ପ୍ରବଳ ଜନ ସମାଗମ ହୁଏ।ଏହି ଦିନ କେତେକ ସ୍ଥାନ ରେ ଝାମୁ ଯାତ୍ରା ର ଉଦ୍ଜାପନ ହୋଇ ଥାଏ।ଠିକ ସେହି ଭଳି ଦକ୍ଷୀଣ ଓଡିଶା ରେ ଦଣ୍ଡ ଯାତ୍ରା ର ଉଦ୍ଜାପନ ହୋଇ ଥାଏ।ଏହି ଦିନ
ମନ୍ଦିର ରେ ଲୋକ ଦାନ ପୁଣ୍ୟ କରନ୍ତି।ଏହି ମହାନ ପର୍ବ ରେ ପାଞ୍ଜି ର ଶୁଭାରମ୍ଭ ହୁଏ।ଏହି ଦିନ ସୂର୍ଯ୍ୟ ଦେବ ଙ୍କୁ ଆରଧନା କଲେ ମନୁଷ୍ୟ ସୂର୍ଯ୍ୟ ଲୋକ କୁ ଗତି କରେ।ସୂର୍ଯ୍ୟ ଙ୍କୁ ପୂଜା କଲେ ମଣିଷ ଯଶ ଖ୍ୟାତି ସୁଖ ପାଏ।ନିରୋଗ ହୋଇ ରୁହେ।
ଏହା ହିନ୍ଦୁ ମାନଙ୍କ ଏକ ପ୍ରମୁଖ ପର୍ବ ।ଏହି ଦିନ ବୀର ବଜରଙ୍ଗ ବଳି ବା ଭକ୍ତ ଶ୍ରେଷ୍ଠ ହନୁମାନ ଜନ୍ମ ନେଇ ଥିଲେ।ଏହି ଦିନ ଶହେ ଆଠ ହନୁମାନ୍ ଚାଳିସା ପାଠ ହୁଏ।
ଏହି ପର୍ବ ରେ ଲୋକ ମାନେ ପଣା, ପାଣି, ବିଞ୍ଚଣା ଆଦି ଦାନ କରନ୍ତି।ଏହି ପର୍ବ ରେ ପ୍ରତି ଘରେ ଘରେ ଲୋକ ମାନେ ପଣା ପାନ କରି ଆତ୍ମ ତୃପ୍ତି ଲାଭ କରି ଥାନ୍ତି।
ଏହି ଦିନ କୁ ଓଡ଼ିଆ ନବ ବର୍ଷ କୁହା ଯାଏ।ପ୍ରତି ଓଡ଼ିଆ ଏହି ପର୍ବ କୁ ଉତ୍ସାହ ସହ ପାଳନ କରେ।ଏହା ବୈଶାଖ ମାସ ରେ ହେଉ ଥିବାରୁ ଲୋକ ମାନେ ପ୍ରଚଣ୍ଡ ରୌଦ୍ର ତାପ ରୁ ତୁଳସୀ ବୃକ୍ଷ କୁ ରକ୍ଷା କରିବା ପାଇଁ ଛାମୁଣ୍ଡିଆ କରନ୍ତି।
ବାସ୍ତବ ରେ ଏହା ଆମ ପାଇଁ ଖୁସି ଓ ଆନନ୍ଦର ପର୍ବ।
ଜୟ ଜଗନ୍ନାଥ
ବୁଗୁଡ଼ା,ଗଞ୍ଜାମ