ଢ଼େଙ୍କାନାଳ: ରାସୋଳ ବିକାଶ ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡିଆ ରେ ଗତ କାଲିଠାରୁ ୧୭ତମ ରାସୋଳ ମହୋତ୍ସବ ଉଦଘାଟିତ ହୋଇଯାଇ ଅଛି ।ମହୋତ୍ସବର ପ୍ରଥମ ସଂଧ୍ୟାରେ ବିକାଶ ପରିଷଦ ର ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହେଶ୍ଵର ନାୟକ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ରୂପେ ସଦର ବିଧାୟକ ସୁଧୀର ସାମଲ ଯୋଗ ଦେଇ ମାଟି ର ଗାଥା ବଖାଣି ଲୁକ୍କାୟିତ ପ୍ରତିଭା କିପରି ବିକଶିତ ହୋଇ ପାରିବ ସେ ସଂପର୍କ ରେ ନିଜର ବହୁମୂଲ୍ୟ ମନ୍ତବ୍ୟ ଦେଇ କାର୍ଯ୍ୟ କର୍ତ୍ତା ଓ ଅନୁଷ୍ଠାନ ର ଭୂୟପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଦେଇଥିଲା ବେଳେ ବିଶିଷ୍ଟ ଅତିଥି ହିନ୍ଦୋଳ ବିଧାୟିକା ସିମାରାଣି ନାୟକ ଯୋଗ ଦେଇଥିଲେ । ଏତଦ୍ ବ୍ୟତୀତ ରାଜ୍ୟ ମହିଳା ବିକାଶ ପରିଷଦ ର ସଭାପତି ନମିତା ନାୟକ ମଞ୍ଚାସିନ ହୋଇଥିଲେ। ଜିଲ୍ଲା ରୁ ବିଭିନ୍ନ କଳାକାର ନୃତ୍ୟ ଗୀତ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହା ତିନି ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିକାଶ ପରିଷଦ ର ସମ୍ପାଦକ ଭାସ୍କର ନାୟକ ମତବ୍ୟକ୍ତ କରିଥିଲେ ।ପରିଶେଷରେ ଶ୍ରୀଯୁକ୍ତ ଶତ୍ରୁଘ୍ନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍