ହୃଦୟର ପ୍ରତିକୋଣେ
ଯେତେ ଅଶ୍ରୁ ବିନ୍ଦୁ ସଦା ଝରିଯାଉ
ତୁମ ଅମୃତ ନାମରେ
ପାପ ପୂଣ୍ୟ ସବୁ ଧୋଇ ଯାଉଥିବ
ପ୍ରୀତି ପୂଜା ଆଳତିରେ । ୧
ସମୟ ସାଥିରେ ଲୁଚକାଳି ଖେଳ
ଆନମନା ହୁଏ ମନ
ପ୍ରସ୍ଫୁଟିତ ହୁଏ ଶତଦଳ ପଦ୍ମ
ଲୋତକେ ଭରେ ନୟନ ।୨
ସମ୍ପଦ ବିଭବ ଲୋଡ଼ା ନାହିଁ କେବେ
ଭୌତିକ ସଂସାରେ ମୋର
ସର୍ଵ ସମ୍ପତ୍ତି ଗଚ୍ଛିତ ତୁମ ପାଶେ
କାହିଁକି ମାୟା ବିସ୍ତାର ।୩
ବିଶ୍ୱରେ ବନ୍ଦିତ ରୂପ ଅବର୍ଣ୍ଣନୀୟ
ତୁମେତ ଚନ୍ଦନ ବାସ
ସକାଳ ସୂର୍ଯ୍ୟରେ ସତେ ହସୁଥାଅ
ଧରାଧାମେ ପରକାଶ ।୪
ଭାବ ଦିଗବଳୟରେ ଦେଖୁଥାଏ
ଅଚେତନ ଦ୍ବାର ଦେଇ
ହୃଦୟ ସ୍ପନ୍ଦନ ସ୍ପନ୍ଦିତ ହୁଅଇ
ଆଶା ପ୍ରେମ ମିଶି ଯାଇ ।୫
ସ୍ନିଗ୍ଧା ସାମନ୍ତରାୟ,
ଚୁନଭାଟି,
ଗୋପାଳ ଗାଁ,
ବାଲେଶ୍ବର।
ଭକ୍ତିଭଦ୍ରାୟ