ପ୍ରଭୁ ଅନ୍ତର୍ଯ୍ୟାମୀ
ସୁଜାତା ରାଣୀ ଶତପଥୀ
ପ୍ରଭୁ ଅନ୍ତର୍ଯ୍ୟାମୀ ଭକ୍ତିର ସନ୍ଧାନୀ
ଚେଷ୍ଟାରେ ଭକ୍ତିସାଗର
ତଟିନୀ ସଦୃଶ୍ୟ ବାସ ବିଶାଳରେ
ରହିବ ଯେଉଁ ଆକାର l
ଭକ୍ତିର ଆକାର ପ୍ରକାର ଶୂନ୍ୟତା
ଦର୍ଶନେ ତାହା ଅଦୃଶ୍ୟ
ପ୍ରଭୁ ଭାବତ୍ୱରେ ପ୍ରଭୁ ନାମ ସାଥେ
ଭକ୍ତି ସଦୃ6ଶ୍ୟ ସଦସ୍ୟ l
ଭକ୍ତି ଅଭାବକୁ ଅନୁଭବେ ପ୍ରଭୁ
ଦିଅନ୍ତି ନାହିଁ ପ୍ରଶୟ
ସୃଷ୍ଟି ଆଦ୍ୟତାରୁ ଉପସ୍ଥିତ ପ୍ରାନ୍ତେ
ହୁଅନ୍ତି ରହି ସହାୟ l
ଭକ୍ତି ସନ୍ତରଣେ ସଂତୃପ୍ତି ହୃଦୟେ
ବସନେ ରୂପ ପଲକ
ରୂପ ଗୁଣ ଭାବ ତାତ୍ତ୍ୱିକ ମନସ୍ତେ
ପ୍ରଭୁ ରହିବେ ପ୍ରତୀକ l
ସୁକର୍ମ ସ୍ପର୍ଶରେ କୁକର୍ମ କନ୍ଦଳେ
ପଡ଼ିଯିବ ପୂର୍ଣ୍ଣଛେଦ
ସ୍ଥାନ କାଳ ପାତ୍ର ସ୍ଥିତି ଚାଳନାରେ
ନିୟମ ହେବ ଅଭେଦ l
କାରଣ ରହିବ ବାରଣକୁ ନେଇ
ବେଳ ଅବେଳକୁ ଦେଖି
ବିଖ୍ୟାତ ଅଖ୍ୟାତେ ପ୍ରଭୁ ନିତ୍ୟ ଥିବେ
ଗତି ଜଡ଼ତା ପରଖି l
ଅନୁଗତ ଅନୁଗାମୀ ପ୍ରଭୁଗାମୀ
ସୃଷ୍ଟି ମନେ ଏକାଗ୍ରତା
ଦୈନିକ ଧାର୍ଯ୍ୟରେ ପ୍ରଭୁ ମିଳନରେ
ନ ରହେ କେବେ ବୈଧତା l
ଶିକ୍ଷୟିତ୍ରୀ
ଦିଗପହଣ୍ଡି
ଗଞ୍ଜାମ