ରୁପ୍ରା, (ମନିସ) : ନର୍ଲା ବ୍ଳକ ଅଧିନ ରୁପ୍ରା ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀମତୀ ଡଲି ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି। ଏହିକ୍ରମରେ ପିଇଓ ଶ୍ରୀ ଥବୀର ରଣା ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବାବଦରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ନାଏବ ସରପଞ୍ଚ ଶ୍ରୀ ଚନ୍ଦ୍ରମଣି ଗୌଡ, ସମିତି ସଭ୍ଯା ଶ୍ରୀମତୀ ସସ୍ମିତା ବିଶ୍ବାଲ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ଅଧିନ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ଯୋଜନା ବାବଦରେ ଆଲୋଚନା କରିଥିଲେ। ଶେଷରେ ପିଇଓ ଶ୍ରୀ ଥବୀର ରଣା ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେେ। ଉକ୍ତ ବୈଠକରେ ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ତିଳୋତ୍ତମା ସାଗର ମଧ୍ୟ ଉପସ୍ଥିତ ଥିଲେ।
ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।