ଲାଲ ପରି
ସୁରେଶ ଚନ୍ଦ୍ର ପାଢୀ
ପରି ରାଇଜ ରୁ ଏକ ପରି ଉଡି ଉଡି ବୁଲୁ ଥିଲେ।ତାଙ୍କ ନାମ ଲାଲ ପରି।ଥରେ ଏକ ରାକ୍ଷସ ଭୋଜନ ପାଇଁ ନିଜ ଗୁମ୍ଫା ରୁ ବାହାରି ବୁଲୁ ଥିଲା ,
ସମୟ ରେ ଲାଲ ପରି କୁ ଦେଖି ତାକୁ ଧରି ନେଲା।ଲାଲ ପରି କୁ ସେ କହିଲା ତୁ ଯଦି ମୋ କଥା ନ ମାନିବୁ ,
ମୁ ତତେ ଖାଇ ଦେବି।ଲାଲ ପରି ତାର ଗୁଲାମ ହୋଇ ସବୁ କଥା ଶୁଣିଲା ।ସେ ଲାଲ ପରି ତା ପାଇଁ ସବୁ ଦିନ ଖାଦ୍ୟ ଆଣି ଦିଏ।
କିନ୍ତୁ ପରି ତା ପାଖରେ ବହୁତ ଦୁଃଖ କଷ୍ଟ ରେ ବନ୍ଦୀ ହୋଇ ଥିଲା।
ଥରେ ଏକ ଯୁବ ଶିକାରୀ ଜଙ୍ଗଲ କୁ ଆସିଥିଲା।ଲାଲ ପରି ଶିକାରୀ କୁ ଷଡ଼ଯନ୍ତ୍ର. କରି ନେଇ ଗଲା।
ଯୁବ ଶିକାରୀ ଲାଲ ପରି ର କୁଟ ଚକ୍ରାନ୍ତ ବୁଝି ପାରିଲା।କହିଲା ତୁମେ ସତ କୁହ ତୁମେ କିଏ ମୋତେ କୁଆଡେ ନେଉଛ।ଲାଲ ପରି ଶେଷ ରେ ସବୁ ସତ. କଥା କହିଲା।ଯୁବ ଶିକାରୀ ଲାଲ ପରି କୁ କହିଲା ତୁମେ ମୋତେ ସେ ରାକ୍ଷସ ପାଖକୁ ନିଅ।ସେ ଶିକାରୀ ବହୁତ ସାହସୀ ଥିଲା।
ରକ୍ଷାସ ଯୁବ ଶିକାରି କୁ ମାରିବା ପାଇଁ ଚାହଁିଲା ।ହେଲେ ସାହସୀ ଶିକାରୀ ହାତରେ ସେ ନିଜେ ମରି ଗଲା।ଲାଲ ପରି ସ୍ୱାଧୀନ ହେଲା।ସେ ପରି ରାଇଜ କୁ ଉଡି ଗଲା।
ଜୀବନ ରେ ସାହସ ଥିଲେ ଶତ୍ରୁ କୁ ମଧ୍ୟ ହରାଇ ପାରିବା।