ରାଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ନଦେବା ଘଟଣାର ଚର୍ଚ୍ଚାର ବିଷୟ ହୋଇଛି । ଏହା ମଧ୍ୟରେ ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରତିକ୍ରିୟା ରଖିଛନ୍ତି। ତେବେ କେତେ ସଂଖ୍ୟକ ପିଲା ପରୀକ୍ଷା ଦେଇ ନାହାନ୍ତି ତାଙ୍କ ପାଖରେ ସେ ସୂଚନା ନାହିଁ। ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ନେଇ ଗଣଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଆମ ନିୟନ୍ତ୍ରଣରେ ନାହାନ୍ତି। ପିଲାମାନେ ଫର୍ମ ଫିଲପ୍ କଲେ ପରୀକ୍ଷା କରେଇବୁ, ଭେରିଫିକେସନ କରିବା ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ।ସେପଟେ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ହଜାର ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ୩୧୯୭ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଫର୍ମ ଫିଲପ୍ କରିଥିଲେ ମଧ୍ୟ ଏହି ପିଲାମାନେ କାହିଁକି ବୋର୍ଡ ପରୀକ୍ଷା ଦେଲେନି ସେ ସଂପର୍କରେ ଜିଲ୍ଲା ଶିକ୍ଷା ବିଭାଗ ନିରୁତ୍ତର ରହିଛି। ଏହାଛଡ଼ା କଟକ, ଗଞ୍ଜାମ ଭଳି ଜିଲ୍ଲାରେ ବି ହଜାରହଜାର ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ରହିଥିବା କୁହାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ ବେଶ ସୁରୁଖୁରରେ ସରିଛି ମାଟ୍ରିକ ପରୀକ୍ଷା । ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଇଛନ୍ତି ପରୀକ୍ଷା | ତେବେ ପରୀକ୍ଷା ଆଜି ଶେଷ ହୋଇଥିବା ବେଳେ, ଆସନ୍ତା ୨୦ତାରିଖରୁ ଆରମ୍ଭ ହେଵ ଖାତା ଦେଖା । ଏନେଇ ଵୋର୍ଡ ସଭାପତି ରାମାଶିଷ ହାଜରାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଵୋର୍ଡ ସଭାପତି କହିଛନ୍ତି ଯେ, ଏହି ଘଟଣାରେ ଵୋର୍ଡର କୌଣସି ଭୂମିକା ନାହିଁ । କେତେ ପିଲା ପରୀକ୍ଷା ଦେଇ ନାହାଁନ୍ତି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ତଥ୍ୟ ଆସିନି । ପ୍ରଥମ ସମେଟିଭ୍ ଦେଇନଥିଲେ ଵି ଦ୍ବିତୀୟ ସମେଟିଭ୍ ଦେଇପାରିବେ ଛାତ୍ରଛାତ୍ରୀ ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..