ହାତରେ ଫାଟିଗଲା ବାଣ
ବାଣ ଫୁଟାଉଥିବା ବେଳେ ଅଘଟଣ: ହାତରେ ଫୁଟିଲା ବାଣ, ଛିଣ୍ଡିଗଲା ଯୁବକଙ୍କ ପାପୁଲି
ଧର୍ମଗଡ଼, ୯।୧୧ (ବିଷ୍ଣୁ ଚରଣ ସ୍ୱାଇଁ): ବାଣ ଫୁଟାଉଥିବା ବେଳେ ଅଘଟଣ। ଅସାବଧାନତା ଯୋଗୁଁ ହାତରେ ହିଁ ବାଣ ଫୁଟିଯିବାରୁ ଜଣେ ଯୁବକଙ୍କ ହାତର ପାପୁଲି ସମ୍ପୂର୍ଣ୍ଣ ଛିଣ୍ଡି ଅଲଗା ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗୋଡ଼ଭଞ୍ଜା ଗ୍ରାମରେ ଘଟିଛି। ଆହତ ଯୁବକ ଜଣକ ସେହି ଗ୍ରାମର ପିଣ୍ଟୁ ପଟେଲ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ରବିବାର ରାତିରେ ପିଣ୍ଟୁ ବାଣ ଫୁଟାଉଥିବା ସମୟରେ ହଠାତ୍ ଏକ ବାଣ ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ତାଙ୍କ ଡାହାଣ ହାତର ପାପୁଲି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିଲା। ଘଟଣା ପରେ ସେ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରି ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ।ନଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଜରୁରୀକାଳୀନ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ବାଣ ଫୁଟାଇବା ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ ଜୀବନ ପାଇଁ ବିପଦ ଆଣିପାରେ। ତେଣୁ ବାଣ ଫୁଟାଇବା ବେଳେ ସମସ୍ତେ ସତର୍କ ରହିବା ଜରୁରୀ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

