ମୁଁ ଝିଅଟିଏ
ସ୍ୱପ୍ନା ମହାନ୍ତି
ମୁ କନ୍ୟା
ସୁ କନ୍ୟା ଅନନ୍ୟା!
ମୁ ଆସିଛି ସେହି ମାତୃ ଗର୍ଭରୁ!
ମାଆ ର ଅମୃତ ସୁଧା ପାନ କରି
ହୋଉଛି ମୁ ବଡ଼!
ଲାଂଛିତ ଅପମାନିତ ହୋଇଛି ମାତା
ଜନ୍ମ ଦେଇ କନ୍ୟା ସନ୍ତାନ!
ଝିଅ ହେଲି ବୋଲି
ବାପା ଗଲେ ରୁଷି
ହୋଇଗଲା ଅମାବାସ୍ୟା ର ଅନ୍ଧକାର ପରିବାରରେ!
ନାହିଁ ମୋ ଜନ୍ମ ଦିନ ପାଳନ!
ନାହିଁ ମୋ ଶଠି ପୂଜା!
ନାହିଁ କାହାର ଆଦର
ଅଲୋଡ଼ା ଅଟେ ଏ ଜୀବନ!
କରିନି ମନ ଦୁଃଖ
ଯାଇନି ଭାଙ୍ଗି
ସବୁ ସହି
ହୋଇଛି ମୁ ଠିଆ
ମରୁଦ୍ୟାନ ର ଖଜୁରୀ ଗଛ!
ମୋ ଠୁ ଜଗତ ସୃଷ୍ଟି!
ମୁ ତ ଦୁର୍ଗା
ମୁ ତ କାଳୀ
ମୁ ସର୍ବଂସହା
ମୁ ସତୀ ସୀତା
ମୁ ଅନ୍ନପୂର୍ଣ୍ଣା!
ମୁ ଅନସୂୟା
ମୁ ଅଞ୍ଜନା
ମୁ ସାବିତ୍ରୀ
ମୁ ଦେବକୀ!
ମୋ ନୀଡ଼ ଅଟଇ ସୁରକ୍ଷିତ!
କରିନି କାହାକୁ ଅନାଦର
ମୋ ବକ୍ଷେ କେତେ ଯେ
ଆଶ୍ରିତ
କରିଛି ମହାଦ୍ରୁମ
ଶୀତଳ ଛାୟା ଦେଇ
ଗାଉଛି ମୁ ଗୀତ!
ମୋ ର ସୁରରେ
କମ୍ପିବ ପୃଥିବୀ
ମୋର ସୁରରେ
ଶୋଇବ ସନ୍ତାନ
ମୋର ବେଦ ମନ୍ତ୍ର ଝଙ୍କାର ରେ
ପ୍ରକୃତି ପରିବେଶ
ହୋଇବ ଶାଶ୍ୱତ!
ଦେଇନି ଦୋଷ ସ୍ରଷ୍ଟା ଙ୍କୁ
ଦେଇ ମୋତେ ଜନ୍ମ
ହୋଇଛି ମୁ ଧନ୍ୟ
ହୋଉଛି ମୁ ନମସ୍ୟ
ଏ ଧରାରେ!
କିଏ ବୁଝୁ କି ନ ବୁଝୁ
ମୋ ଜନ୍ମ ର ରହସ୍ୟ!
ମୋ ବିନୁ ପୃଥିବୀ
ଅନ୍ଧକାର!
ନିରବି ଯିବ ସ୍ୱର୍ଗ ମର୍ତ୍ତ୍ୟ ପାତାଳ!
ମୁ ଆଦର ର ଝିଅ
କରନି ମୋତେ ଅନାଦର!
ମୋ ହସ ରେ ହସିବ ଏ ସସାଗରା ଧରା!