ଲାଞ୍ଜିଗଡ଼,୩୧/୦୫(ମ ନି ସ) ଲାଞ୍ଜିଗଡ଼ ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘର କ୍ଲଷ୍ଟର ଲିଡରମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏକ୍ସ କେଡର ଶିକ୍ଷକ ସଂଘର ସଭାପତି ଦିଲିପ କୁମାର ପରିଛାଙ୍କ ସଭାପତିତ୍ବରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ଦିଲିପ କୁମାର ମହାରଣା, ସଂପାଦକ ଦାମୋଦର ସା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଏଇ ଅବସରରେ ସଂଘର କ୍ଲଷ୍ଟର ଲିଡର ସୁଶୀଲ ବାଗ, ରୀନା ମହାପାତ୍ର, ଶ୍ରୁତିରଞ୍ଜନ ରଥ, ଲୋକନାଥ କରୁଆଁ, କ୍ରୁଷ୍ଣ ଦୁର୍ଗା, ନରେନ୍ଦ୍ର ନାଏକ, ରଞ୍ଜିତ ରାୟ, ବିଭୁତିଭୂଷଣ ତାଣ୍ଡି, ଉପେନ୍ଦ୍ର ଦୋରା, ଲଳିତ ଚଣ୍ଡି, ରଜନୀକାନ୍ତ ମାଳି, ସୁଦେଶ କୁମାର ପଣ୍ଡା, କ୍ଷୀରସିନ୍ଧୁ ସାହୁ ପ୍ରମୁଖ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ! ଏଥିରେ ଶିକ୍ଷକ ଅଭୟ ମାଝୀଙ୍କ ମ୍ରୁତ୍ୟୁ ପରେ ତାଙ୍କର ପରିବାରବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସଂଘ ପଦକ୍ଷେପ ନେବ ବୋଲି ଏଥିରେ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ ! ଶେଷରେ ଶିକ୍ଷକ ପ୍ରତିନିଧି ବିଭୁତିଭୂଷଣ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ !
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।