ବିଦ୍ୟାଧର ଚମ୍ପୂ
ରାଗ -ଝଁଝୋଟ, ତାଳ -ଆଠତାଳି
ଲ ——
ଲୀଳାମୟୀ ନଉଲିବାଳା ତୁ ରହରେ
ଲବେକୃପା କର ଅଛି ବିରହରେ(0)
ଲଳନା ବର ଏଥର
କରି ଗଳାହାର ତୋର
ଲମ୍ବାଇ ଦେ କଣ୍ଠେ ତୁହି ଆଦରରେ|1
ଲଳିତେ ତମାଳ ଶ୍ୟାମ
ଇନ୍ଦ୍ର ନୀଳମଣି ରାମ
ଲଳନ୍ତିକା କରକିଣା କିଙ୍କରରେ |2|
ଲାବଣ୍ୟମୟୀ ସୁନ୍ଦରୀ
ଲୀଳାବିଳାସିନୀ ପରୀ
ଲବେଦୟାକରକଳା ଭ୍ରମରରେ |3|
ଲମ୍ପଟ ନାଗରୀ ମୁହିଁ
ତୋ ଲପନ ଶୋଭା ଚାହିଁ
ସୁଧାବୋଲି ପାନକଲି ତୋହରରେ
ଲାଘବ କର ଏଥର
ସ୍ମରପୀଡା ଅନ୍ତରର
ଘାରୁଅଛି ତୋହପ୍ରୀତି ଶରୀର ରେ |5|
ଲାଜକୋଳି ଲତା ରାଇ
ବିଦ୍ୟାଧର ଲେଖେ ଧ୍ୟାୟୀ
କହ୍ନାଇକୁ ଭଜ ତୁ ଅହରହରେ|6|
ଶ୍ରୀ ବିଦ୍ୟାଧର ମହାନ୍ତ,
ତମ୍ବାହରା , କେନ୍ଦୁଝର